-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
04-Jan-2024
ବୁଗୁଡା(କୃଷ୍ଣଚନ୍ଦ୍ର ପଣ୍ଡା ): :ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଆମ ଓଡ଼ିଶା” ଏବଂ “ଯୁବ ଓଡିଶା ନବୀନ ଓଡିଶା” ଆନୁକୂଲ୍ୟରେ ଅନୁଷ୍ଠିତ “ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ” ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା, କୈଳାଶ ଚନ୍ଦ୍ର ପ୍ରଧାନ, ହରିହର ବିଷୋୟୀ ଏବଂ ମୁଖ୍ୟବକ୍ତା ଭାବେ ବାଲିପଦର ଡିଗ୍ରୀ କଲେଜ ପ୍ରିନ୍ସିପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକ ଯୋଗଦେଇଥିଲେ। କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମର ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ମାନପତ୍ର ସହ କପ ଓ ମେଡାଲ ପ୍ରଦାନ କରିଥିଲେ। କ୍ରୀଡା ଅଧ୍ୟାପକ ଭଞ୍ଜକିଶୋର ଗୌଡ଼, ଅଧ୍ୟାପକ ପ୍ରମୋଦ ଚନ୍ଦ୍ର ପ୍ରଧାନ, ଓ ଗତ +୨ ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଛାତ୍ରୀ ଶୁଭପ୍ରିୟା ବିଷୋୟୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଧ୍ୟାପକ ସରୋଜକାନ୍ତ ଦାସ, ସଂସ୍କୃତି ବିଭାଗ ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, କ୍ରୀଡା ବିଭାଗ ସଂଯୋଜିକା ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ସାମାଜିକ ବିଭାଗ ସଂଯୋଜକ ପ୍ରାଧ୍ୟାପକ ବିଭୁତି ଭୂଷଣ ବେବର୍ତ୍ତା ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।