-+91-9937148622 |
prerana_bgr@rediffmail.com |
Saturday 28th March 2026 |
R.N.I. Regd No. ODIODI/2010/46693
Breaking News
19-Dec-2023
( କେଶବ ମେହେର) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ପାଷ୍ଟିକୁଡ଼ି ଗ୍ରାମ ପଞ୍ଚାୟତ ଅଧୀନ ପାଷ୍ଟିକୁଡ଼ି ତା ୧୯/୧୨/୨୦୨୪ ରିଖ ମଙ୍ଗବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୨୦ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଉକ୍ତ ସଭା କାର୍ଯ୍ୟ ଗୁରୁଜୀ ଶ୍ରୀ କିଶୋର ଚନ୍ଦ୍ର ବାଗ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭା କାର୍ଯ୍ୟ ର ମୁଖ୍ୟ ଅତିଥି ଭାବରେ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ ଯୋଗଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ଶ୍ରୀ ଅରୁଣ କୁମାର ନାଏକ,
ଉକ୍ତ ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମକରଧ୍ବଜ ରଣା , ସଭାପତି ,ଶ୍ରୀ ଦିଗାମ୍ବର ବାରିକ,ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ବାରିକ, ପ୍ରମୁଖ ଯୋଗଦେଇଥିଲେ । ସର୍ବ ପ୍ରଥମେ ଉକ୍ତ କାର୍ଯ୍ୟ କ୍ରମ ର ମଞ୍ଚlଷିନ ଅତିଥି ମା ସରସ୍ଵତୀ ଙ୍କୁ ପୂଜାର୍ଚ୍ଚନା କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଓ କୁନି କୁନି ଛାତ୍ର ଛାତ୍ରୀ ଅତିଥି ସ୍ବାଗତ ଗୀତ ଗାୟନ କରିଥିଲେ ।ପରେ ମୁଖ୍ୟ ଅତିଥି ଉକ୍ତ ସ୍କୁଲ ର ଯେତେ ଛାତ୍ର ଛାତ୍ରୀ ବା ଅଭିଭାବକ ମାନଙ୍କୁ ଛାତ୍ର ଛାତ୍ରୀ କେମିତି ଭଲ ଭାବରେ ପାଠ ଅଧ୍ୟୟନ କରିବେ ଓ ଆଗକୁ ଏହି ଛାତ୍ର ଛାତ୍ରୀ ବଡ ଲୋକ ଭଲ ମଣିଷ ନିର୍ମାଣ ହେବେ ସେଥି ପ୍ରତି ଶିକ୍ଷକ ଓ ଅଭିଭାବକ ମାନଙ୍କୁ ମହତ୍ତ୍ଵ ବାଣୀ କହି ବୁଝାଇ ଥିଲେ।ଏବଂ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଉପସ୍ଥିତିରେ ବହୁତ୍ ଆଡମ୍ବର ସହିତ ଉକ୍ତ କାର୍ଯ୍ୟ କ୍ରମ ହୋଇଥିଲା ।ଉକ୍ତ କାର୍ଯ୍ୟ କ୍ରମ ଛୋଟ ଛୋଟ କୁନି ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟ କ୍ରମ ବହୁତ୍ ସୁନ୍ଦର୍ ଭାବେ ପରିବେଷଣ କରିଥିଲେ । ଯେତେ ଅତିଥି ବା ଅଭିଭାବକ ଆସିଥିଲେ ,ସମସ୍ତ ଙ୍କୁ ସଂସ୍କାର ସହିତ ପାଛୋଟି ନେଇଥିଲେ ଶ୍ରୀ ସୁଶାନ୍ତ ପୋଡ,ଶ୍ରୀ ଗୌରଚନ୍ଦ୍ର ପ୍ରଧାନ,।ଏହି ସ୍କୁଲ୍ ଅନେକ ଇଭେଣ୍ଟ ରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନ ଙ୍କୁ ପ୍ରାଇଜ ବଣ୍ଟନ କରାଯାଇଥିଲା ।ଓ ସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ।