-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର) - ସାହିତ୍ୟ, କଳା,ସଂସ୍କୃତି ଓ ପରିବେଶ ର ମହାସଂଗମ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀର ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ ଚଳିତ ମାସ ୨୭ତାରିଖ ରବିବାର ଦିନ କଣ୍ଟାବାଞ୍ଜୀ ସ୍ଥିତ ଶ୍ରୀ ହରିଭବନରେ ହେବାକୁ ନିଷ୍ପତ୍ତି ନିଆଯାଇଛି।କରୋନା ମହାମାରୀ ର ନୀତି ନିୟମ ଅନୁଯାୟୀ ପ୍ରତିବର୍ଷ ଭଳି ବହୁଭାଷୀ କବିତାପାଠ-ଲେଖନୀରେ ସବୁଜ ବନାନୀ, ଆଲୋଚନା ସଭା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯଥା କଳା,ସାହିତ୍ୟ, ସଂସ୍କୃତି, ପରିବେଶ ଓ ସମାଜସେବା ର ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଅନୁଷ୍ଠାନ ର ସଂପାଦକ ବିରଞ୍ଚି ନାରାୟଣ ଦାଶ ଓ ସଭାପତି ରାମଚନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି।ଏହି ସମାରୋହରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା ବରଗଡ଼,ଅନୁଗୋଳ, ଭଦ୍ରକ, କଳାହାଣ୍ଡି, ନୂଆପଡା ଆଦିରୁ କବି କବୟିତ୍ରୀ ଯୋଗଦେବେ ବୋଲି ଜଣାପଡିଛି।