-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ବୀରମହାରାଜପୁର,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ପ୍ରସିଦ୍ଧ ଧର୍ମପୀଠ ଶ୍ୟାମସୁନ୍ଦର କୁଞ୍ଜ କୁଟିର (ବରାହପଦର) ମଠରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଏଠାରେ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ସଙ୍କୀର୍ତ୍ତନ ଯୋଗଦେଇ ଥିଲେ। ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ସାମୂହିକ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ବରାହପଦର ମଠ ବାବା ଶ୍ରୀ ନିତ୍ୟଗୋପାଲ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୂର୍ବବର୍ଷ ମାନଙ୍କ ଭଲି ଏବର୍ଷ ମଧ୍ୟ ଆୟୋଜନ
କରାଯାଇଥିଲା। ଏଠାକୁ ବହୁ ଦୁରଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସୁଅ ଛୁଟିଥିଲା । ଯାତ୍ରା ରେ ଅନେକ ଦୋକାନ ବଜାର ସହ ଘର ଉପକରଣ ଓ ବିଭିନ୍ନ କିସମର ଦୋକାନ ପସରା ମେଲେଇ ଥିବାରୁ ଯାତ୍ରୀମାନେ ଆନନ୍ଦରେ ମଜା ନେଇଥିଲେ। ବଡ଼ଖମାର ଲାଲା ବାହାଦୁର ଯୁବକ ସଂଘ ପକ୍ଷରୁ ସୂଚନା କେନ୍ଦ୍ରର ପରିଚାଳନା କରିଥିବା ବେଳେ ଜଟେସିଂହା ଡ୍ରାଇଭର ସଂଘ ପକ୍ଷରୁ ଦହି ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଅଞ୍ଚଳର ବହୁ ସ୍ବେଛାସେବୀ ଯୋଗଦେଇ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳାର ବଜାର ରଖିବାକୁ ପୋଲିସ ପ୍ରଶାସନ ତଥା ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ନେତୃତ୍ବରେ ଏକ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସେହିପରି ବାଗବର, ଚନ୍ଦଲି, ସୁନାରେବନୀ, ଟିଠିପାଲି, ଦେଉଲଝରୀ ପ୍ରଭୁତି ସ୍ଥାନମାନଙ୍କରେ ବହୁ ଆଡ଼ମ୍ବରେ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।