-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ହରଭଙ୍ଗା : ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଂଚାୟତ ବାନାପାହାଡ଼ ଘେରା ଖଳିସାହି ଗ୍ରାମରେ ରହୁଛି ବାପ ମା ଛେଉଣ୍ଡ ଲୋମସଧାରୀ ରେବତୀ l ରେବତୀ ପାଇଁ ଦିନେ ସାରାରାଜ୍ୟରେ ଚର୍ଚ୍ଚା ହୋଇ ପଡିଥିବାବେଳେ ଆଜି ସେହି ରେବତୀର ଦୁଃଖକୁ କେହି ଶୁଣିବା ପାଇଁ ନାଁହାନ୍ତି l ଏହା ପୂର୍ବରୁ ବୌଦ୍ଧରେ ଥିଲେ ଜ଼ିଲ୍ଲାପାଳ ସତ୍ୟରଞ୍ଜନ ସାହୁ l ସେ ସମୟରେ ଜିଲ୍ଲାପାଳ ରେବତୀର ଏକ ପକା ଘର କରିବା ପାଇଁ ଗୋଟିଏ ଠିକା ସଂସ୍ଥା ଏଆରଏସ ଏସ କୁ ନିର୍ଦ୍ଦେଶ ଦେଇଥିଲେ l ଜ଼ିଲ୍ଲାପାଳଙ୍କ କଥାକୁ ରକ୍ଷା କରି ବାଲି ଟ୍ରାକ୍ଟର ଦ୍ଵାରା ଏକ ଟ୍ରୀପ ପକାଇ ଦେଇ କାମ ସାରି ଚୁପ ହୋଇ ରହିଗଲେ ଠିକା ସଂସ୍ଥା l ବର୍ତ୍ତମାନ ରେବତୀ ରହୁଛି ଏକ ଝମ୍ପୁଡ଼ି ଝାଟିମାଟି ଘରେ l ରେବତୀ ଅନେକ ଥର ଜିଲ୍ଲାପାଳ ଙ୍କ ଠାରେ ନିଜର
ଗୁହାରୀ କରିଛି କିନ୍ତୁ ଫଳ ଶୂନ l ଦୀର୍ଘ ୧୦/୧୨ ବର୍ଷ ରେବତୀ ର ଦୁଃଖକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜ଼ିଲ୍ଲା ପ୍ରଶାସନକୁ ଚେତେଇ ଦିଆ ଯାଇଛି l ୨ମାସ ପୂର୍ବରୁ ହରଭଙ୍ଗା
ବି ଡି ଓ ସ୍ୱସ୍ମିତା ନାୟକ ଖଳିସାହି ରେ ପଂହଁଚି ରେବତୀକୁ ହାତରେ ୨୦ହଜାର ଟଙ୍କା ଦେଇ ଥିଲେ ହେଲେ ଯଦି ରେବତୀ ପାଇଁ ଏକ ପକା ଘର ଏବଂ ମାସକୁ ୩୫କେଜି ଚାଉଳ ଯୋଗାଇ ଦେଲେ ସେ ଯେଉଁ ଛେଳିଗାଈ ଜଙ୍ଗଲ ରୁ ସକାଳ ପାହିଲେ ଖଟୁଚି ତାହା ଟିକେ ଦୂର ହୋଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି l ଦେଖା ଯାଉ ରେବତୀଙ୍କ ଭାଗ୍ୟରେ କେବେ ମିଳିବ ଅନ୍ତୋଦୟ ଚାଉଳ ଏବଂ ପକ୍କା ଘର l (ହରଭଙ୍ଗାରୁ ଜିତାଞ୍ଜଳି ବେହେରାଙ୍କ ରିପୋର୍ଟ )