-+91-9937148622 |

prerana_bgr@rediffmail.com |

  Saturday 27th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||      ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||      ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      *ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||     

HOME   ଜିଲ୍ଲା

ଆଦିବାସୀ ଅଞ୍ଚଳରେ ୧୦ ପ୍ରତିଶତ ଦସ୍ତଖସ୍ତ,୯୦ ଭାଗ ମାରୁଛନ୍ତି ଟିପ

16-Dec-2020



(ପ୍ରେରଣା ଖବର) ଫୁଲବାଣୀ: ଶିକ୍ଷା ହିଁ ବିକାଶର ମାନଦଣ୍ଡ। ଯେଉଁ ଦେଶ ଶିକ୍ଷା କ୍ଷେତ୍ରରେ ଯେତେ ଉନ୍ନତି ଲାଭ କରିଛି ସେ ଦେଶରେ ସେତେ ବିକାଶ ହୋଇଛି। ଆମ ଦେଶ ଭାରତ ବି ପଛରେ ପଡି ନାହିଁ। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର। ଶିକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ସମସ୍ତେ ହେବେ ସ୍ବାକ୍ଷର। କେହି ରହିବେ ନାହିଁ ନିରକ୍ଷର। ଏହି ଲକ୍ଷ୍ୟ ନେଇ ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ। ପ୍ରତି ଗାଁରେ ଏହି ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଚାଲିଥିଲା। ଏଥିରେ ବୃଦ୍ଧ,ବୃଦ୍ଧାଠାରୁ ଆରମ୍ଭ କରି ଆଦୌ ସ୍କୁଲରେ ପାଦ ପଡି ନଥିବା ଯୁବକ ଓ ଯୁବତୀଙ୍କୁ ସାମିଲ କରାଯାଇଥିଲା। ଏଥି ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ ପ୍ରଶାସନର ଇଛାଶକ୍ତି ଅଭାବରୁ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଏହି ସାକ୍ଷରତା ଅଭିଯାନ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସାକ୍ଷରତା ହାର ଯେତିକି ଥିଲା। ସେତିକିରେ ରହିଲା। ଟିକେ ବି ଆଗେଇ ପାରିଲା ନାହିଁ। ଏବେ ବି ଜିଲ୍ଲାର ଜନସଂଖ୍ୟାର ଅଧାରୁ ଅଧିକ ନିରକ୍ଷର ରହିଛନ୍ତି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଜନସଂଖ୍ୟା ପ୍ରାୟତଃ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ହେଲେ ନୂଆ ଜନଗଣନା ଘୋଷଣା କରାଯାଇ ନାହିଁ। ତେଣୁ ୨୦୧୧ ଜନ ଗଣନା ପରିସଂଖ୍ୟାନ ଦେଖିଲେ ଜିଲ୍ଲାର ଜନସଂଖ୍ୟା ୭ ଲକ୍ଷ ୩୩ ହଜାର ୧୧୦ ରହିଛି। ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୯୪୫ ଓ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୭୩ହଜାର ୧୬୫। ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ ସମୁଦାୟ ଜନସଂଖ୍ୟାରୁ ୩ ଲକ୍ଷ ୭୩ ହଜାର ୩୨୪ ଜଣ ନିରକ୍ଷର ଅଛନ୍ତି। ନିରକ୍ଷର ମଧ୍ୟରେ ପୁରୁଷ ତୁଳନାରେ ମହିଳା ହାର ଦିଗୁଣା। ୧ ଲକ୍ଷ ୨୫ହଜାର ୪୫ ଜଣ ପୁରୁଷ ନିରକ୍ଷର ଥିବା ବେଳେ ୨ ଲକ୍ଷ ୭ହଜାର ୨୭୯ ଜଣ ମହିଳା ନିରକ୍ଷର ଅଛନ୍ତି। ସମୁଦାୟ ନିରକ୍ଷର ମଧ୍ୟରୁ ୨ଲକ୍ଷ ୧୨ହଜାର ୩୨୪ ଜଣ ନିଜର ନାମ ଲେଖି ଜାଣି ନାହାନ୍ତି। ସେଥି ମଧ୍ୟରେ ୧ ଲକ୍ଷ ୭୩ ହଜାର ୨୩୧ ଜଣ ମହିଳା ଅଛନ୍ତି। ବାକି ୧ ଲକ୍ଷ ୨୧ ହଜାର ଜଣ ଯଦିଓ ନାମ ଲେଖି ଜାଣିଛନ୍ତି ତାହା ପୁଣି କାମଚଳା। ଅଙ୍କାବଙ୍କାରେ ଦସ୍ତଖସ୍ତ ମାରୁଛନ୍ତି। ହେଲେ ଅନ୍ୟ ଅକ୍ଷର ପଢିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।


ଏମିତି କହିବାକୁ ଗଲେ ଏମାନେ ଛୋଟ ହିସାବ ମଧ୍ୟ କରି ପାରିବା ସମ୍ଭବ ନୁହେଁ। ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳରେ ମହିଳାଙ୍କ ସାକ୍ଷରତା ହାର ବହୁ ନଗଣ୍ୟ। ଏମିତି କି ୧୦୦ ଜଣରୁ ୯୦ ଜଣ ବି ନିଜର ନାଁ ଲେଖି ପାରୁ ନାହାନ୍ତି। କହିବାକୁ ଗଲେ ସଂପୃକ୍ତ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଦସ୍ତଖସ୍ତ ମାରିବାକୁ ସକ୍ଷମ ଥିବା ୯୦ ପ୍ରତିଶତ ଏବେ ବି ଟିପ୍ ଚିହ୍ନ ଦେଉଛନ୍ତି। ସାକ୍ଷରତା ଅଭାବରୁ ଆଦିବାଦୀ ଲୋକମାନେ ଠକାମିର ଶିକାର ହେଉଛନ୍ତି। ବିଶେଷତଃ ମହିଳାମାନେ। ବଜାରକୁ ଉତ୍ପାଦିତ ଜିନିଷ ସାମଗ୍ରୀ ବିକ୍ରି କରିବାକୁ ଆସିଲେ ହିସାବ ନ ଜାଣି କମ ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥି ସହ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସାକ୍ଷରତା ଅଭାବରୁ ସେମାନେ କିଛି ଜାଣି ପାରୁ ନାହାନ୍ତି। ଯାହା ଫଳରେ ସେମାନଙ୍କ ନିରକ୍ଷରତାର ସୁଯୋଗ ନେଇ ସରକାରୀ ଯୋଜନା ଅର୍ଥକୁ ସରକାରୀ ବାବୁ ଓ କୁଜି ଲୁଟ କରି ନେଉଛନ୍ତି। ମହିଳାମାନେ ନିଜ ଗୋଡରେ ଠିଆ ହେବେ। କାହା ଉପରେ ନିର୍ଭରଶୀଳ ହେବେ ନାହିଁ। ତେଣୁ ସଶକ୍ତିକରଣ ଯୋଜନାରେ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ହେଲେ ସାକ୍ଷରତା ଅଭାବରୁ ମହିଳା ସଶକ୍ତିକରଣ ଯୋଜନାରୀ କନ୍ଧମାଳର ଆଦିବାସୀ ମହିଳା ସେମିତି କିଛି ଲାଭ ପାଇ ପାରୁ ନାହାନ୍ତି। ସେମାନଙ୍କୁ ମୋହରା କରି କାଗଜପତ୍ର ପ୍ରସ୍ତୁତ କରି ଅନ୍ୟମାନେ ଫାଇଦା ଉଠାଇ ଚାଲିଛନ୍ତି। କନ୍ଧମାଳରେ ମହିଳା ସଶକ୍ତିକରଣ ଯୋଜନା କେବଳ ସ୍ଲୋଗାନରେ ସୀମିତି ରହି ଯାଇଛି। ଯଦି ମହିଳା ସଶକ୍ତିକରଣକୁ ଲକ୍ଷ୍ୟସ୍ତଳରେ ପହଞ୍ଚାଇବା ଦରକାର। ପ୍ରଥମେ ମହିଳାଙ୍କୁ ସାକ୍ଷର କରିବାକୁ ପ୍ରାଥମିକତା ଦେବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   27-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   27-Jun-2026
  ଜିଲ୍ଲା  
ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   27-Jun-2026
  ଜିଲ୍ଲା  
ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ   27-Jun-2026
  ଜିଲ୍ଲା  
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   26-Jun-2026
  ଜିଲ୍ଲା  
ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା   26-Jun-2026
  ଜିଲ୍ଲା  
ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
*ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026

You Might Also Like