-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2023
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବଇଦିପାଲି ପଂଚାୟତ ଠାରେ ଏକଲ ଅଭିଯାନ ତରଫରୁ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ଯୋଗ ଦେଇଥିଲେ । ନିମାଇଁ ଚରଣ ଛତ୍ରିଆ, ନୀଳାଂଚଳ ରଣା, ଚୈତନ୍ୟ ଭୋଇ, ବିଜୁ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଇନ୍ଦ୍ରମଣୀ ବନଛୋର ପ୍ରମୁଖ ଯୋଗ ଦେଇ ଆଚାର୍ଯ୍ୟ, ଆଚାର୍ଯ୍ୟା ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଗତ ୧ଠ ଦିନ ଧରି ଚାଲିଥିବା ଏହି ଶିବିରର ଉଦ୍ଯାପନୀ ଉତ୍ସବରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବରେ ଅନୁରାଗୀ ନାଗ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ନିଷ୍ଠା ଓ ଆତ୍ମବିଶ୍ୱାସର ସହିତ ଅଧ୍ୟୟନ କଲେ ସଫଳତାର ବାଟ ଆପେ ଆପେ ଫିଟିବ ବୋଲି ଅତିଥି ଢ଼ାନେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ।