-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
04-Oct-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ବିଗୁଲ ଟିଭି ର ଦ୍ଵିତୀୟ ବାର୍ଷିକ ଉତ୍ସବ ଲାଗି ଗତ କାଲି ସନ୍ଧ୍ୟା ରେ ପଏଁରୀ ସଭା ଗୃହ ଠାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା 10 ତାରିଖ ରେ ହେବା କୁ ଥିବା ଏହି ଉତ୍ସବ ର ଉଦଘାଟନ କାର୍ଯ୍ୟକ୍ରମ ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ମୁକେଶ ମହାଲିଙ୍ଗ, ଅଧୀରାଜ ପାଣିଗ୍ରାହୀ, ପଦ୍ମ ନାଭ ବେହେରା, ଯୁବ ନେତା ଆକାଶ ମିଶ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଦିବା 12 ଘଣ୍ଟା ରୁ ରେମ ସୋ, ଗ୍ରୁପ ଡାନ୍ସ, ଅନେକ ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ଏବଂ ସନ୍ଧ୍ୟା 7 ଟାରେ ଏହାର ଉଦଯାପନୀ ଉତ୍ସବ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ, ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ସଭା କାର୍ଯ୍ୟ ପରେ ପଶ୍ଚିମ ଓଡିଶା ପ୍ରତିଷ୍ଠିତ
କଳାକାର ମାନଙ୍କୁ ନେଇ ରଙ୍ଗା ରଙ୍ଗ ମେଲୋଡି ସଂଗୀତ ପରିବେଷଣ କରାଯିଵା କୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି ବୋଲି କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ବିଗୁଲ ଟିଭି ଅଧ୍ୟକ୍ଷ ସନ୍ତୋଷ ମିଶ୍ର ପ୍ରକାଶ କରିଛନ୍ତି l ଏହି ସଭାରେ ଚୌଧୀରି ବିଭାର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ବାବୁଲା ମିଶ୍ର, ପ୍ରକାଶ ବେଵର୍ତା, ଆନନ୍ଦ ପାତ୍ର, ନାରାୟଣ ରଥ, ଦେବାଶିଷ ପଟ୍ଟ ନାୟକ, ଗୋପାଳ ମେହେର , ଶାନ୍ତନୁ ବାଗ, ପୃଥ୍ୱୀରାଜ ବାଗ, ସଂଗ୍ରାମ ସାଗର, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତା ମତ ରଖିଥିଲେ l