-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ କାର୍ଯ୍ୟାଳୟ ରୁ ସାଇବର ସଚେତନତା ରଥ କୁ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ତାକୁ ଉଦଘାଟନ କରିଛନ୍ତି ।ଏହି ରହ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ।ସାଇବାର କ୍ରାଇମ ରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା ,,ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗ ର ଲୋକ ଙ୍କୁ ଧମକ ଲୁଣ୍ଠନ ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖ ରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷ ରୁ ଆ 2 ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ଜିଲ୍ଲା ରେ ବୁଲିବା କୁ ଥିବା ରଥ ଜିଲ୍ଲାର ପ୍ରତି ଥାନା ,ଜନସାଧାରଣ ଗହଳି ଅଞ୍ଚଳ ,ବଜାର ,ସ୍କୁଲ କଲେଜ ଯାଇ ସଚେତନତା ବାର୍ତା ପ୍ରଦାନ କରିବ ।କୁଇଜ ,ନାଚ ଗୀତ ତଥା ଅନ୍ୟାନ୍ୟ ମାଧ୍ୟମ ରେ ଜିଲ୍ଲାରେ ଆଗାମୀ ଦିନରେ ସାଇବର କେଶକୁ ରୋକିବାରେ ଏହି ରଥ ସାହାଯ୍ୟ କରିବ ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ, ବିରେନ ନାଏକ, ବୈକୁଣ୍ଟ ସେଠ,ସମେତ DSP ପ୍ରତାପ ରଣା, ରେଣୁକା ସୁନା, ଚନ୍ଦ୍ର ଶେଖର ଶବର ,ଇନିସ୍ପେକ୍ଟର ଲୋକନାଥ ସାହୁ ,ନିର୍ମଳା ତ୍ରିପାଠୀ, ପଦ୍ମଷୀଂନି ମେହେର , ଆର୍ ଆଇ କାଂହୁ ଚରଣ ମାରାଣ୍ଡି, ସରୋଜ ବେହେର। ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ସୁବର୍ଣ୍ଣପୁର ଜିଲ୍ଲା ରେ ପହଂଚିଛି l ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ରଥ ପହଂଚିବା ପରେ ତେଲ ନଦୀ ବ୍ରିଜ ଠାରୁ ଜିଲ୍ଲା ପୋଲିସ ଦ୍ୱାରା ବେଣ୍ଡ ବାଜା ସହିତ ନିଉଁ ଟାଉନ ହଲ ଯାଏ ପାଛୋଟି ଅଣା ଯାଇଥିଲା l ନିଉଁ ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ଙ୍କ ନେତୃତ୍ୱ ରେ ଶହ ଶହ ସ୍ବେଛାସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଏନ ସି ସି ଓ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଇବର ସୁରକ୍ଷା ରଥ କୁ ଫୁଲ ତୋଡ଼ା ଓ ସ୍ଲୋଗାନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଆର ଟି ଓ ଅକ୍ଷୟ ଜେନା, ଅତିରିକ୍ତ ଏସପି ଶ୍ରୀ ହେମନ୍ତ ପାଢ଼ୀ, ବୀରେନ୍ଦ୍ର ନାଏକ ଙ୍କ ସମେତ, ଏସ ଡିପିଓ ରାଜ କିଶୋର ମିଶ୍ର, ଆଇ ଆଇ ସି ପଦ୍ମାସିନୀ ମେହେର ,ଏ ଏସ ଆଇ ଶ୍ରୀ ବିଶି, ଶ୍ରୀ ପଧାନ, ପ୍ରମୁଖ ଜିଲ୍ଲା ପୋଲିସ ପ୍ରଶାସନ ର ବିଭିନ୍ନ ଅଧିକାରୀ, ମିଡ଼ିଆ, ଜନ ସାଧାରଣ ଯୋଗ ଦେଇଥିଲେ l