-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2023
ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲାରେ ଥିବା ତୃତୀୟ ଲିଙ୍ଗୀ ମାନଙ୍କ ଅଧିକାର ଓ ଏମାନେ କିପରି ସମାଜରେ ମର୍ଯ୍ୟାଦାର ସହ ବଂଚି ପାରିବେ ସେ ନେଇ ଏକ ଅଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ୱେଚ୍ଛାସେବୀ ସଂଗଠନ ସାଥୀ ଦ୍ୱାରା ଆୟୋଜିତ ଏହି ଆଲୋଚନାଚକ୍ରରେ ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ତୃତୀୟ ଲିଙ୍ଗୀ ମାନଙ୍କ ସାମ୍ବିଧାନିକ ଅଧିକାର ଓ ଏମାନଙ୍କ ପାଇଁ ଆଇନର ବିଧିବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗ ତଥା ତୃତୀୟ ଲିଙ୍ଗୀ ମାନଙ୍କ ସାମାଜିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜଟିଳ ବିଷୟ ଉପରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ ନିଜର ମତ ରଖିଥିଲେ । ସାଥୀର ସହ ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ତୃତୀୟ ଲିଙ୍ଗୀ ମହିଳା ମାନେ ଯୋଗ ଦେଇଥିଲେ ।