-+91-9937148622 |

prerana_bgr@rediffmail.com |

  Monday 4th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||      ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଶକ୍ତିପ୍ରଦର୍ଶନ♦️ ଆଜି ଠାରୁ ଆରମ୍ଭ ହେଲା ମୋର ଏ ଲଢ଼େଇ, ୧୦ ହଜାରରୁ ଉର୍ଦ୍ଧ କର୍ମୀ ସମିଳନୀ ରେ ଯୋଗଦେଲେ   (03-May-2026)       ||      ଖୁସି ସାଂସ୍କୃତିକ ଓ ଗବେଷଣା ଏକାଡେମୀ ତରଫରୁ ଆନ୍ତର୍ଜାତିକ ନୃତ୍ଯ ଦିବସ ପାଳିତ    (03-May-2026)       ||      ABVP ପକ୍ଷରୁ ବ୍ଲକ୍ ଟପ୍ପରଙ୍କୁ ଘରେ ଯାଇ ସମ୍ବର୍ଦ୍ଧନା, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା   (03-May-2026)       ||      *ଡାବୁଗାଁ ଅଞ୍ଚଳରେ ଦିନ ୧୨ ପରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନଶୂନ୍ୟ ହେଉଛି ବଜାର*   (03-May-2026)       ||      ଗୁରୁଗ୍ରାମଠାରେ ଅଷ୍ଟମ ରଜ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି   (03-May-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମରତ ବାପପୁଅଙ୍କୁ କାବୁ କଲା ପୁଲିସ

14-Dec-2020



(ପ୍ରେରଣା ଖବର) ଅନୁଗୋଳ: ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଅନଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ଜଣେ ବାପା ଏବଂ ତାଙ୍କ ପୁଅକୁ ପୁଲିସ କାବୁ କରିଛି। ଆତ୍ମାହୁତି ଉଦ୍ୟମ କରିଥିବା ବାପା ହେଉଛନ୍ତି ତାଳଚେର ସୁଲୁଡ଼ା ଗ୍ରାମର ସୁରେଶ ବେହେରା ଓ ତାଙ୍କ ପୁଅ ଅଜୟ। ପ୍ରାପ୍ତ ସୂଚନା ଅନୁସାରେ, ସୁରେଶ ବେହେରାଙ୍କର ଖଣ୍ଡେ ଜମିକୁ ‘ଏମ୍‌ସିଏଲ୍‌’ର ଭରତପୁର ଖଣି ନିମନ୍ତେ ଅଧିଗ୍ରହଣ କରାଯାଇଥିଲା। କ୍ଷତିପୂରଣ ବାବଦକୁ ଅର୍ଥରାଶି ମିଳିଥିଲେ ମଧ୍ୟ ପ୍ରତିଶ୍ରୁତି ମୁତାବକ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆଜିଯାଏ ଚାକିରି ଖଣ୍ଡେ ମିଳିନାହିଁ। ଏ ବାବଦରେ ସେମାନେ ବହୁବାର ‘ଏମ୍‌ସିଏଲ୍‌’ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ତେଣୁ, ନିରାଶ ସୁରେଶ ଓ ତାଙ୍କ ପୁଅ ଅଜୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇବାକୁ ଯାଉଥିଲେ। ଏହି ସମୟରେ ପୁଲିସ ସେମାନଙ୍କୁ କାବୁ କରି ଆତ୍ମାହୁତି ଦେବାରୁ ନିବୃତ କରିଥିଲା। ଏ ସଂକ୍ରାନ୍ତରେ ଅନଗୁଳ ଜିଲ୍ଲାପାଳ ବାପପୁଅଙ୍କ ସହ ଆଲୋଚନା କରିବା ପରେ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ ନିମନ୍ତେ ତାଳଚେର ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।ଏବେ ସୁରେଶ ଏବଂ ତାଙ୍କ ପୁଅ ଅଜୟଙ୍କୁ ପୁଲିସ ଅଟକ ରଖିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026
  ଜିଲ୍ଲା  
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   04-May-2026
  ଜିଲ୍ଲା  
*ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   04-May-2026
  ଜିଲ୍ଲା  
ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   04-May-2026
  ଜିଲ୍ଲା  
ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ   04-May-2026

You Might Also Like