-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
11-Sep-2023
ଗୋଶାଳା-ସମ୍ବଲପୁର ମହାନଗର ନିଗମ ଅଧୀନରେ ଥିବା ୱାର୍ଡ ନଂ-୧ ର ଚାଉଁରପୁର,ଜାମପାଲି ସ୍ଥିତ ୱାର୍ଡ ଅଫିସ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ଅଞ୍ଚଳର ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସଗୃହ ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଯୋଗଦେଇ ଅଞ୍ଚଳ ର ଯୋଗ୍ୟ ୯୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ଓ ସହରାଞ୍ଚଳରେ ସମସ୍ତ ୱାର୍ଡରେ ଅଧିକାଂଶ ଚାଳଛପର ବା ଟାଇଲ ଓ ଆଜବେଷ୍ଟର ଘର ଗୁଡିକ ଏବେ କଂକ୍ରିଟ କୋଠାଘରରେ ରୁପାନ୍ତରିତ ପ୍ରାୟ ସମସ୍ତ ଘର ହୋଇସାରିଛି ଓ ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ପର୍ଯ୍ୟାକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ନିର୍ମାଣ କାର୍ଯ୍ୟଦେଶ ବଣ୍ଟନ କରାଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଏସ୍ ଏମ ସି ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଦାରଖ କରୁଥିବା ବୈଷୟିକ ପରାମର୍ଶ ଦାତା ପବନ ଯାଦବ ଉପସ୍ଥିତ ରହି ଆବାସ ଗୃହ ପାଇଥିବା ହିତାଧିକାରୀଙ୍କୁ ଆଜି ଠାରୁ ୩ରୁ ୪ମାସ ମଧ୍ୟରେ ଘର ନିର୍ମାଣ କାମ ଶେଷ କଲେ ୨ଲକ୍ଷ ୨୦ହଜାର ଟଙ୍କା ମିଳିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ନମ୍ବର-୧ ର ୱାର୍ଡ ଅଫିସର ଅରୁଣ ସାଲିମା,ବୁଲୁ ବଘାର,ଜିତ ମାଝୀ,ଚିତ୍ରସେନ ଭୋଈ,ସଂଜୀବ ପାଣିଗ୍ରାହୀ,ହୁଷୀକେଶ ବଘାର,ଦୀପକ କୁମ୍ଭାର ଓ ତାପସ ବେହେରା ଙ୍କ ସମେତ ସ୍ଥାନୀୟ କର୍ମୀମାନେ ଓ ଅଂଚଳର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଏସଏମସି କର୍ମଚାରୀ ସହଯୋଗ କରିଥିଲେ l