-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
10-Sep-2023
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଶୁଣ୍ଢିମୁଣ୍ଡା ରେଳଷ୍ଟେସନରୁ ଶନିବାର ସନ୍ଧ୍ୟା ୮ ଘଟିକା ସମୟରେ ରେଢାଖୋଲ ପୋଲିସ୍ ପକ୍ଷରୁ ଚଢାଉ କରି ୧୪ କେଜି ଗଞ୍ଜେଇ ସହ, ଜଣେ ଚାଲାଣ କାରିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଝାଙ୍କରପରା ଗ୍ରାମର ଦଶରଥ ଭୂୟାଁ (୨୮)। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଜଣକ ବଉଦ ଜିଲ୍ଲା ରୁ ସମ୍ବଲପୁର ଜିଲ୍ଲା କୁ ଗଞ୍ଜେଇ ଚାଲାଣ କରୁଥିବା ର କୌଣସି ମତେ ସୂଚନା ପାଇ ରେଢ଼ାଖୋଲ ଥାନା ପୋଲିସ୍ ଏସ୍ ଆଇ ସଞ୍ଜୟ କୁଲୁ ଏକ ଟିମ୍ ଗଠନ କରି ରେଢ଼ାଖୋଲ ଶୁଣ୍ଢିମୁଣ୍ଡା ରେଳଷ୍ଟେସନରୁ ଚଢ଼ାଉ କରି ଚାଲାଣ କାରି ଠାରୁ ୧୪ କେଜି ଗଞ୍ଜେଇ ଓ ଦୁଇ ଟି ୟାରବ୍ୟାଗ୍ ସହ ଚାଲାଣ କାରି ଦଶରଥ ଭୂୟାଁ କୁଗିରଫ କରିଥିଲେ । ଏନେଇ ପୋଲିସ୍ ୨୦୬/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷେ ଅଭିଯୁକ୍ତ ଜଣକ ଏହିଭଳି ଗଞ୍ଜେଇ ଚଲାଣ କରି ସମ୍ବଲପୁର ଅଞ୍ଚଳରେ ବହୁଦିନରୁ କାରବାର କରୁଥିବା ସୂଚନା ମିଳିଛି ।