-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
ଭୁବନେଶ୍ୱର, 04/10- ପ୍ରଥମେ ମିଛ ଖବର ପୋଷ୍ଟ କଲେ। ପରେ ଏହାକୁ ଡିଲିଟ୍ କଲେ। ପୁଣି ପରେ ଭୁଲ ମାଗିବା ସହ ତାଙ୍କୁ କିଏ ଫସେଇ ଦେଇଥିବା ଅଭିଯୋଗ ଆଣିଲେ। ଗତ କାଲି ରାତି ୨ଟା୩୬ରେ ପରଲୋକ ହୋଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିଷୟରେ ଭୁଲ ଖବର ପ୍ରସାରଣ କରି ଏମିତି ବାଉଳିଚାଉଳି ହୋଇଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ତେବେ ଭୁଲ ଖବର ଦେବା ପରେ ସ୍ପଷ୍ଟୀକରଣ ଦେବାକୁ ଯାଇ ତାଙ୍କୁ କେହି ଜଣେ ଫସେଇ ଦେଇଥିବା କହିବା ପରେ ଲୋକେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।