-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||     

HOME   ଜିଲ୍ଲା

ଘାଟି ରାସ୍ତା ମୃତ୍ୟୁଯନ୍ତା : ୫ ଦିନରେ ଦୁର୍ଘଟଣାରେ ଗଲାଣି ୮ ଜୀବନ, ଅସୁରକ୍ଷିତ ୩୨୬ ନଂ ଜାତୀୟ ଓ ରାଜ୍ୟ ରାଜପଥ

14-Dec-2020



(ପ୍ରେରଣା ଖବର) ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ଅସୁରକ୍ଷିତ ହୋଇ ପଡ଼ିଛି। ପ୍ରତିଦିନ ଏହି ରାଜପଥର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଯାତ୍ରୀଙ୍କ ଜୀବନ ଯିବା ସହ ଅନେକ ଅର୍କମଣ୍ୟ ହେଉଛନ୍ତି। ବିପଦ ସଙ୍କୁଳ ଘାଟି ରାସ୍ତା, ଓଭରଲୋଡିଂ ଟ୍ରଲର୍ ଚଳାଚଳ ଏବଂ ଅନଭିଜ୍ଞ ଚାଳକଙ୍କ ଯୋଗୁ ଦୁର୍ଘଟଣା ବଢ଼ି ଚାଲିଥିବାରୁ ଗତ ୫ ଦିନରେ ୪ଟି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଉର୍ଧ୍ବ ଆହତ ହୋଇଛନ୍ତି। ଯାହା ପୁଲିସ୍, ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କୋରାପୁଟରୁ ଭାୟା ରାୟଗଡ଼ା, ପଦ୍ମପୁର, ଅଡବା, ମୋହନା ଦେଇ ବ୍ରହ୍ମପୁରକୁ ସଂଯୋଗ ହୋଇଛି ୩୨୬ ନଂ ଜାତୀୟ ରାଜପଥ। ୬ ଜିଲ୍ଲାବାସୀଙ୍କ ଲାଇଫ୍ ଲାଇନ୍ ପାଲଟିଥିବା ଏହି ଜାତୀୟ ରାଜପଥରେ ନିୟମିତ ଭାବେ ଶତାଧିକ ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ କରୁଛି। ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ଜାତୀୟ ରାଜପଥର ସଂପ୍ରସାରଣ ଓ ମରାମତି କାମ ହୋଇପାରୁନି। ଏଥି ସହିତ ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୂଚନା ଫଳକ ମଧ୍ୟ ଲଗାଯାଇନି। କାଁ ଭାଁ କିଛି ସ୍ଥାନରେ ଫଳକ ଲାଗିଛି। ଅନ୍ୟପକ୍ଷରେ ରାୟଗଡ଼ା ଓ ପଡୋଶୀ କୋରାପୁଟ ଜିଲ୍ଲାର ଶିଳ୍ପାନୁଷ୍ଠାନ ବାହାର ରାଜ୍ୟର ଶହ ଶହ ଗାଡ଼ି ଆସୁଥିବାରୁ ଟ୍ରାଫିକ୍ ସମସ୍ୟା ସହିତ ଦୁର୍ଘଟଣା ବଢ଼ିବାରେ ଲାଗିଛି। ରାୟଗଡ଼ାରୁ ୧୨ କିମି ଦୂରରେ ଥିବା ଗୁମ୍ମା ଘାଟି ଅଣଓସାରିଆ ହୋଇଥିବାରୁ ବଡ଼ ବଡ଼ ଟ୍ରଲର ଗୁଡ଼ିକ ବୁଲାଣିରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାତିରେ ଘାଟିରେ ଟ୍ରଲର ଗୁଡ଼ିକ ଫଶି ରହିଥିବା ବେଳେ ଗୁରୁତ୍ବପୂର୍ଣ୍ଣ କାମରେ ଯାଉଥିବା ଲୋକ ଘଣ୍ଟା ଘଣ୍ଟା ଧରି ଫଶି ରହୁଛନ୍ତି। କିଛି ବାଇକ୍ ଆରୋହୀ ଫଶି ରହିଥିବା ଟ୍ରଲର ଦେହରେ ପିଟି ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ କାଶୀପୁର ଓ କଲ୍ୟାଣସିଂହପୁର ଅଞ୍ଚଳରେ ଥିବା ଘାଟି ରାସ୍ତା ଗୁଡ଼ିକ ମଧ୍ୟ ମରଣଯନ୍ତା ପାଲଟିଛି। ଏହି ଅଞ୍ଚଳର ରାସ୍ତାଘାଟ ନିର୍ମାଣ ଓ ବିଭିନ୍ନ ବିକାଶମୂଳକ କାମରେ ନିୟୋଜିତ ଥିବା ଟ୍ରାକ୍ଟର, ହାଇୱା ଗୁଡ଼ିକୁ ଅନଭିଜ୍ଞ ଚାଳକ ଚଲାଉଥିବାରୁ ଦୁର୍ଘଟଣା ବଢ଼ି ଚାଲିଛି। ଗତ ୭ ତାରିଖ (ସୋମବାର) କାଶୀପୁର ବର୍ତ୍ତିବାଲି ଘାଟିରେ ଭାରସାମ୍ୟ ହରାଇ ହାଇୱା ଓଲଟି ପଡ଼ିବାରୁ ଡ୍ରାଇଭର ରଞ୍ଜନ ମାଣ୍ଡାଙ୍ଗି ଓ ରାସ୍ତା ନିର୍ମାଣକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ରାକେଶ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଏହି ଦିନ ମୁନିଗୁଡ଼ା ଦେଓପୁକୁଲିରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ପଶ୍ଚିମବଙ୍ଗର ଆସାମ୍ବଳ ମିର୍ଜା, କୋଟଗଡ଼ର ଦିବାକର ମାଝିଙ୍କ ମୃତ୍ୟୁ ହୋଇଥିଲା। ଲକଡାଉନ୍ କୋହଳ ହେବା ପରେ ଦିନକରେ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯିବା ପ୍ରଥମ ଘଟଣା ଥିଲା। ଏହାର ୪ ଦିନ ପରେ ୧୧ ତାରିଖରେ ପୁଣି ୩୨୬ ନଂ ଜାତୀୟ ରାଜପଥର ରାୟଗଡ଼ା-ରୂପକୋଣା ରାସ୍ତାରେ ବସ୍-ବାଇକ୍ ମୁହାଁମୁହିଁ ଯୋଗୁ ଲକ୍ଷ୍ମୀପୁର ଅଞ୍ଚଳର ବାଇକ୍ ଆରୋହୀ କାର୍ତ୍ତିକ ପ୍ରାସ୍କାଙ୍କ ମୃତ୍ୟୁ ହୋଇଥିଲେ। ବାଇକରେ ବସିଥିବା ଅନ୍ୟ ଦୁଇ ମହିଳା ଜ୍ୟୋତି ମାଣ୍ଡାଙ୍ଗି, ବନରାଇ ମାଣ୍ଡାଙ୍ଗି ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପୂର୍ବରୁ ୧୦ ତାରିଖ ରାୟଗଡ଼ା-କାଶୀପୁର ରାସ୍ତାର କାଳିଆପଡାଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ୩ ଶ୍ରମିକ ଗୁରୁତର ଆହତ ହୋଇଥିଲେ।ଏତିକିରେ ସରିନଥିଲା ଦୁର୍ଦଶା। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜଗିଥିବା ସମୟରେ ଟିକିରିରୁ ରାୟଗଡ଼ା ଅଭିମୁଖେ ଆସୁଥିବା କାଠ ବୋଝେଇ ଟ୍ରକ୍ ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଦେହରେ ପିଟି ହୋଇଥିଲା। ଫ‌ଳରେ ଟ୍ରାକ୍ଟର ଡ୍ରାଇଭର ବଣ୍ଡା ସାଇନାଥ ଓ ଶ୍ରମିକ ବଣ୍ଡା ବିର ବାବୁ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ମଧ୍ୟ ଉକ୍ତ ଦିନ ସଡ଼କ ଦୁର୍ଘଟଣା ଘଟିଥିଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ କେରପାଇ ପଞ୍ଚାୟତ  କାନ୍ଦୁଲଗୁଡା ଗ୍ରାମର ୨୬ ଶ୍ରମିକ ଟଙ୍କା ଉଠାଇବା କଲ୍ୟାଣସିଂହପୁର ବଜାରକୁ ଟ୍ରାକ୍ଟରରେ ଆସୁଥିବା ସମୟରେ ଧାମୁଣିପଙ୍ଗା ପଞ୍ଚାୟତ କୁଦଭଟା-ପୂଜାରିଗୁଡା ନିକଟରେ ଭାରସାମ୍ୟ ହରାଇ  ଟ୍ରାକ୍ଟର ଓଲଟି ପଡ଼ିଥିଲା।  ଫଳରେ ଘଟଣାସ୍ଥଳରେ ନାରଙ୍ଗଦେଇ ମାଝି (୨୨) ଙ୍କ  ମୃତ୍ୟୁ ହୋଇଥିଲା। ରାୟଗଡ଼ା-ବିଶାଖାପାଟଣା ରାସ୍ତାରେ ମଧ୍ୟ ଦୁର୍ଘଟଣା ଥମିବାର ନାଁ ନେଉନି। ଅକ୍ଟୋବରରେ ଲକଡାଉନ୍ ସମୟରେ ମା’ ମଝିଘରିଆଣୀଙ୍କୁ ଦର୍ଶନ ପାଇଁ ଆସିଥିବା ଗଜପତି ଜିଲ୍ଲା କାଶୀନଗରର ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥି ସହିତ ମନ୍ଦିର ନିକଟରେ ରେଳପଥ ତଳେ ଯାଇଥିବା ବହୁ ପୁରୁଣା ବ୍ରିଜରେ ଟ୍ରାଫିକ୍ ସମସ୍ୟା ହେଉଛି। ଘଣ୍ଟା ଘଣ୍ଟା ଧରି ଗାଡ଼ି ଫଶିବା ଯୋଗୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026

You Might Also Like