-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
15-Aug-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ ସହ ମିଳିତ ପ୍ୟାରେଟ ରେ ଅଭିବାଦନ ଗ୍ରହଣ କରିଥିଲେ l ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଅଭିଭାଷଣ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସୃତି ଚାରଣ କରିଥିଲେ lଏଥିରେ ୩୪ ଗୋଟି ପ୍ୟାରେଟ ଦଳ ଅଂଶଗ୍ରହଣ କରିଥିଲେ l ଶିକ୍ଷା ବିଭାଗ ର ଏକ ପ୍ରଜ୍ଞାପନ ମେଢ଼ ବେଶ ମନଛୁଆଁ ହେଇଥିଲା lଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ l ଏହି ଅବସରରେ ବିଭିନ୍ନ ସ୍କୁଲ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା l