-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2023
ତୁଷୁରା - (ପ୍ରେରଣା ଖବର)
ନିଷାନ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ୧୫ ଅଗଷ୍ଟ ଅପରାହ୍ନ ରେ ଆଭାସି ମାଧ୍ୟମରେ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ "ମୋର୍ ଦେଶ୍ ରଙ୍ଗିଲା" କବିତା ଆସର ସଭାପତି ଶ୍ଯାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନିଷାନ୍ ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ। ଉକ୍ତ କବିତା ଆସରରେ ବରିଷ୍ଠ କବି ସୋମନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ମାତାର ଜୟଗାନ କରିବା ସହ କଷ୍ଟଲବ୍ଧ ସ୍ଵାଧୀନତା ର ଦୀର୍ଘାୟୁ କାମନା କରିଥିଲେ। ସଭା ପ୍ରାରମ୍ଭରେ କବୟିତ୍ରୀ ଚୁମକି ଦାଶ ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବାବେଳେ ସଭା ଶେଷରେ କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପଶ୍ଚିମ ଓଡ଼ିଶାର ନବୀନ ଓ ପ୍ରବୀଣ କବି କବୟିତ୍ରୀ ଉକ୍ତ କବିତା ଆସରେ ଯୋଗ ଦେଇ ଦେଶାତ୍ମବୋଧକ ଗୀତ ଓ ସ୍ବରଚିତ କବିତା ପାଠ କରିଥିଲେ। କବି କୃଷ୍ଣେନ୍ଦୁ ହୋତା,ଶ୍ରୀପାଳ ପଣ୍ଡା, ପ୍ରହଲ୍ଲାଦ ଦଣ୍ଡସେନା, ସନ୍ତୋଷ କୁମାର ବେହେରା, ଭକ୍ତବନ୍ଧୁ ସାହୁ, ସତ୍ୟନାରାୟଣ ମିଶ୍ର, ଇଂ ସତ୍ୟନାରାୟଣ ତ୍ରିପାଠୀ, ଆଶୁତୋଷ ଠାକୁର, ଅବନୀ ସାହୁ, ଶୁଭେନ୍ଦୁ ଷାଣ୍ଢ, ଜୟ ପ୍ରଧାନ, ଅଞ୍ଜନ କୁମ୍ଭାର, ନାରାୟଣ ଦଣ୍ଡସେନା,ଅମିତ ଭୁଏ, ବଲିତ ପୁଟେଲ, ବିକ୍ରମ ସାହୁ,ସୁଶୀଳ କୁମାର ମାଝୀ, ସରୋଜ କୁମାର ଆଚାର୍ଯ୍ୟ ସେହିପରି କବୟିତ୍ରୀ ସାଈଶିଖା ସତପଥୀ,ଚନ୍ଦନା ମଞ୍ଜରୀ ତ୍ରିପାଠୀ, ହୀରାବତୀ ସାହୁ, କବିତା ମିଶ୍ର, ଗୌରୀ ଶର୍ମା ପ୍ରମୁଖ ସ୍ବରଚିତ କବିତା ପାଠ କରି କବିତା ଆସରକୁ ରଙ୍ଗିଲା କରିଦେଇଥିଲେ।