-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2023
କୁରସୁଡ (ମନୋଜ ଜୈନ)- ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଳକ ଅନ୍ତର୍ଗତ କୁରସୁଡ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ଆଜି ମହାସମାରୋହରେ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଛି । ସରପଞ୍ଚ ସଙ୍ଗୀତା ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମିତିସଭ୍ଯ ଜୟ ପ୍ରସାଦ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ସ୍ବାଧିନତା ଦିବସରେ ସରପଞ୍ଚ ଶ୍ରୀମତୀ ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ଦେଶଭକ୍ତ ହେବାକୁ ଆହ୍ବାନ କରିଥିଲେ । ବିଦ୍ୟାଳୟର ପିନ୍ସପାଲ ଯଶୋବନ୍ତ ସାହୁ ଓ ପରିଚାଳନା କମିଟି ସଭ୍ଯ ନିମାଇଁ ଚରଣ ବେହେରା ଉପସ୍ଥିତ ଥିଲେ । ସେହିପରି ଶିଶୁବିଦ୍ୟାମନ୍ଦିର ପରିସରରେ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । କୁରସୁଡ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଉତ୍ତମ ପ୍ରଦର୍ଶନ କରି ସୁନାଗରିକ ହେବା ପାଇଁ ଚେଷ୍ଟା କରିବାକୁ କହିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ଯ ତ୍ରିନାଥ ନାଗ, ସ୍କୁଲ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ମନୋଜ କୁମାର ଜୈନ, ସମାଜସେବୀ ନିମାଇଁ ଚରଣ ବେହେରା ମଞ୍ଚାସୀନ ଥିଲେ ।