-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ରେ ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ଶ୍ରୀ ଶିବପ୍ରସାଦ ବାରିକ ଙ୍କ ଅଧ୍ୟକ୍ଷତାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅଵସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଶିବପ୍ରସାଦ ତ୍ରିପାଠୀ ଯୋଗ ଦେବାସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ 40 ଟି ବିଜ୍ଞାନ ଓ ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଗଣିତ, ବିଜ୍ଞାନ ଓ ସଂସ୍କୃତ ଜ୍ଞାନ ପ୍ରଶ୍ନମଞ୍ଚ, ନିବନ୍ଧ, ପତ୍ରବାଚନ, କଥା କଥନ, ମୂର୍ତ୍ତିକଳା ପ୍ରତିଯୋଗିତା, ଲୋକନୃତ୍ୟ ଆଦି ଅନୁଷ୍ଠିତ ପୂର୍ବକ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଉକ୍ତ ବିଦ୍ୟାଳୟ ର ପୁରାତନ ଛାତ୍ରୀ ସୁଶ୍ରୀ ଅନୁସୂୟା ବାଗଦେବୀ ଙ୍କୁ ଓଡିଶା ନାଗରିକ ସେବା ଓ. ସି. ଏସ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ସଂକୁଳ ପ୍ରମୁଖ ଶ୍ରୀ କମଳଲୋଚନ ତ୍ରିପାଠୀ, ସମ୍ପାଦକ ଶ୍ରୀ ବିଶ୍ୱନାଥ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଏହାସହ ଅଵସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପଟେଲ, ଅଧ୍ୟାପକ ଶ୍ରୀ ବୈବସୂତ ବିଶ୍ୱାଳ ସହ ଙ୍କ ସମେତ ଅନେକ ଅତିଥି ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l