-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି  ଛାତ୍ରହତ୍ୟା ଅଭିଯୋଗ ମାମଲା  : ହଂସିକାକୁ ବ୍ଲାକ୍ ମେଲିଂ କାହିଁକି କରୁଥିଲେ  ?

02-Aug-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ୍ ସ୍କୁଲ୍ ର ଦଶମଶ୍ରେଣୀର ଛାତ୍ର ତଥା କଣ୍ଟାବାଞ୍ଜି  ନୂଆପଡାର ବାସିନ୍ଦା ପ୍ରମୋଦ ଜୈନଙ୍କ ନାବାଳକପୁତ୍ର ଲଳିତ ଜୈନଙ୍କ ମୃତ୍ୟୁ ରହସ୍ୟ କ୍ରମଶଃ ଜଟିଳ ହେବାରେ ଲାଗିଛି । ଗତ ଜୁନ ୧୩ ତାରିଖରେ ଏଇ ପିଲାଟିର ମୃତଦେହ କଣ୍ଟାବାଞ୍ଜି- ମୁରିବାହାଲ ରାସ୍ତାର କୁକୁଡାହାଡ ରେଳଲାଇନରୁ ଜିଆରପି ଉଦ୍ଧାର କରି ସେହିଦିନ ଅଜଣାଶବ ଭାବରେ ତରବରିଆ ଭାବେ ରେଳଲାଇନ କଡ ମଶାଣିରେ ପୋତିଦେବା , ଘଟଣାଟି ପ୍ରଘଟ ଓ ଚର୍ଚ୍ଚା ହେବାରୁ ଥାନାରେ ନିଖୋଜ ବା ଅପହରଣ ଏତଲା ସତ୍ତ୍ୱେ ପୁଲିସ୍ ପୁଣି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମାଟିଖୋଳି ଶବଉଦ୍ଧାର କରିବା ଓ ପରିବାରକୁ ହସ୍ତାନ୍ତର କରି ପୋଡିଦେବାକୁ ନିର୍ଦ୍ଦେଶ ଦେବା , ଶବର ପୋଷ୍ଟମର୍ଟମ୍ କରା ନଯିବା , ଜଣେ ସହପାଠିନୀଠାରୁ ଲକ୍ଷାଧିକ ଟଙ୍କା ନେଇଥିବାରୁ ସ୍ଥାନୀୟ ଆଲିଶାନ୍ ଲାଇଫ୍ ଷ୍ଟାଇଲ୍ ରେ କେତେକ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଉକ୍ତ ଝିଅର ବାପା ଓ କାକା ଲଳିତକୁ ଧରିନେଇ ମାଡମାରି ଟଙ୍କା ଅସୁଲି ଓ ଆହୁରି ଟଙ୍କା ଦେବାକୁ ଚୁକ୍ତିନାମା ଲେଖାଇନେବା , ଶେଷରେ ମୃତ ନାବାଳକଟିର ବାପା , ସ୍ଥାନୀୟ ବ୍ୟକ୍ତିବିଶେଷ , ବିଭିନ୍ନ ସଂଗଠନ ଓ ଗଣମାଧ୍ୟମର ପ୍ରକାଶିତ ଅଭିଯୋଗର ଚାପରେ ବାଧ୍ୟହୋଇ ପୁଲିସ୍ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉକ୍ତ ଝିଅର ବାପା ବିଶାଲ ଅଗ୍ରବାଲ ଓ କାକା ବିକାଶ ଅଗ୍ରବାଲଙ୍କୁ ଲଳିତର ଆତ୍ମହତ୍ୟା ପାଇଁ ବାଧ୍ୟ କଲାଭଳି ପରିସ୍ଥିତି ସୃଷ୍ଟି କରିବା ସହ ନିର୍ଯାତନା ଦେବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିବା ପରେ  ଆପ୍ , ଭାଜପା ପକ୍ଷରୁ ଓ ମୃତବାପା ଏସପିଙ୍କୁ ଭେଟି ଏହାର ହତ୍ୟାଅଭିଯୋଗର ତଦନ୍ତ ପାଇଁ ଅନୁରୋଧ କରିବା ଇତ୍ୟାଦି ଘଟଣା ଚର୍ଚ୍ଚା ଓ ଖବରରେ ରହିଛି ।

ତେବେ ସଂପ୍ରତି କେତେକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଖବର ଅନୁଯାୟୀ , ମୃତ ଲଳିତର ମୋବାଇଲ୍ ରୁ ଉଦ୍ଧାର କରାଯାଇଥିବା ତଥ୍ୟରେ ଲଳିତ ସହପାଠିନୀ ଉକ୍ତ ଝିଅ ହଂସିକା ଅଗ୍ରବାଲକୁ ' କାହିଁକି ମୋତେ ମିଛଟାରେ ଫସାଉଛୁ ? ' ଇତ୍ୟାଦି କହିଥିବା ସହ ଝିଅର ବାପ ତାଙ୍କ ଝିଅକୁ ବ୍ଲାକ୍ ମେଲିଂ କରାଯାଇଛି ବୋଲି କହୁଥିବା ମୃତ ନାବାଳକର ପିତା ପ୍ରମୋଦ ଜୈନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ହଂସିକାଠାରୁ ଲଳିତ ଟଙ୍କା ନେଇ ଜଣେ ରାଜସ୍ଥାନୀ ଗୁପ୍ ଚୁପ୍ ବାଲାର ପୁଅ ଚନ୍ଦ୍ରପ୍ରକାଶ ଡଙ୍ଗୀକୁ ଦେଉଥିବା ଓ ଉକ୍ତଦିନ ତାଠାରୁ ମଧ୍ୟ ୨ ଲକ୍ଷ ଟଙ୍କା ସହ ଆହୁରି ୧ ଲକ୍ଷ ୩୦ ହଜାର ଟଙ୍କା ଫେରାଇବାକୁ ଏଗ୍ରିମେଣ୍ଟ ଲେଖାଇନିଆଯାଇଥିବା ପ୍ରକାଶ । ଅସମର୍ଥିତସୂତ୍ରରୁ ଅଦ୍ୟାବଧି ଏହି ଛାତ୍ରୀଙ୍କଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଥରଥର କରି ନିଆଯାଇଥିବା ଓ ତାହା ଇନଷ୍ଟାଗ୍ରାମ୍ ରେ ଫଲୋଅର୍ ବୃଦ୍ଧି କରାଇବାକୁ ଲଳିତ ଜରିଆରେ କେତେକ ପିଲା ନେଇଥିବା ଚର୍ଚ୍ଚା ହେଉଛି । 

ତେବେ ଏବେ ଭାଇରାଲ୍ ହୋଇଥିବା ଏକ ସୋସିଆଲ୍ ମିଡିଆର ୟୁ ଟ୍ୟୁବ୍ ଭିଡିଓ ଖବର ଅନୁଯାୟୀ , ମୃତ ଲଳିତ ଜୈନ , ଗୁପ୍ ଚୁପ୍ ବାଲାର ପୁଅ ଚନ୍ଦ୍ର ପ୍ରକାଶ ଡଙ୍ଗୀ ସହ ଆଉ ୩ ଜଣ ମୋଟ ୫ ଜଣ ନାବାଳକ ରାୟପୁରର ଜୟବାବା ନାମକ ଏକ ମୋବାଇଲ ଦୋକାନକୁ ଯାଇ ସେଠାରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ମୋବାଇଲ୍ କିଣିଥିଲେ । ଦୋକାନର ସେଲ୍ସ ମ୍ୟାନ୍ ଯୁବକ ଜଣକ ତାଙ୍କ ବିକ୍ରିର ପ୍ରଚାର ପ୍ରସାର ନିମନ୍ତେ କରିଥିବା ଏହି ଭିଡିଓରେ ମୃତ ଲଳିତ ଓ ଚନ୍ଦ୍ର ପ୍ରକାଶ ଡଙ୍ଗୀ ତଳେ ବସି ହାତରେ ମୁହଁ ଘୋଡାଇଥିବାର ସ୍ପଷ୍ଟ ଫଟୋ ଦିଶୁଛି ! 

ଏଣୁ ଏହି ନାବାଳକ ହତ୍ୟା ଅଭିଯୋଗ ସହ ଆହୁରି ଅନେକ ରହସ୍ୟ ରହିଥିବା ଚର୍ଚ୍ଚା ହେଉଛି । କଣ୍ଟାବାଞ୍ଜି ସହରର ଧନୀମାନୀ , ରାଜନେତା ଓ ବଡ ଘରର ପିଲାମାନେ ଏଭଳି ତଥାକଥିତ ବ୍ଲାକ୍ ମେଲିଂ ରେ ଜଡିତ ଥିବାରୁ ଆରମ୍ଭରୁ ଏହାକୁ ଆତ୍ମହତ୍ୟା ବୋଲି  ଶବବ୍ୟବଚ୍ଛେଦକୁ ମଧ୍ୟ ଏଡାଇ  ଆସୁଥିବା ଜିଆରପି ଓ ପୁଲିସ୍ ଅଧିକାରୀଙ୍କ ହାତରେ ଏହାର ତଦନ୍ତଭାର ଦିଆଯାଇ ଏଥିରେ ବ୍ଲାକ୍ ଡିଲ୍ କରାଯାଥିବା ଅଭିଯୋଗକୁ ଗୁରୁତ୍ୱ ଦିଆଯାଉ ନଥିବା କୁହାଯାଉଛି ।

ଗୁରୁତର କଥାହେଲା , ଦଶମଶ୍ରେଣୀର ଉକ୍ତ ଛାତ୍ରୀଜଣକୁ କେଉଁମାନେ କେଉଁଥିପାଇଁ ବ୍ଲାକ୍ ମେଲିଂ କରୁଥିଲେ  ? ଯେଉଁମାନେ ରାୟପୁରକୁ ଦାମୀ ମୋବାଇଲ୍ କିଣିବାକୁ ଯାଇଥିବା ଭିଡିଓରେ ଭାଇରାଲ୍ ହେଉଛି , ସେମାନଙ୍କୁ ପୁଲିସ୍ ତଦନ୍ତର ପରିସରଭୁକ୍ତ କଲାଣି କି  ? ସର୍ବୋପରି କଣ୍ଟାବାଞ୍ଜି ବା ବଲାଙ୍ଗୀର ପୁଲିସ୍ ଏହାର ସଠିକ୍ ତଦନ୍ତ କରିପାରିବ କି  ? କାହିଁକି ପାଟିଖୋଲୁ ନାହାଁନ୍ତି ବିଧାୟକ , ବରିଷ୍ଠ ବିଜେଡି ନେତା ଓ ପୂର୍ବତନ ବିଧାୟକ , ଜିଲ୍ଲାର ଟାଣୁଆ ବିଧାୟକ ଓ ସାଂସଦ  ବୋଲି ଲୋକେ ଆଲୋଚନା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like