-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ପଂଚାୟତ କାର୍ଯ୍ୟାଳୟ ଏବଂ ପ୍ରାଥମିକ ସ୍କୁଲ ପରିସରରେ 74 ତମ ବନମୋହୋତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଅତିଥି ଭାବେ ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡ଼ତିଆ, ବଲାଙ୍ଗୀର ବନଖଣ୍ଡ ଫରେଷ୍ଟର ହରିବଂଶ ପଧାନ, ପ୍ରଧାନ ଶିକ୍ଷକ ଶଶିକାନ୍ତ ପଟେଲ, ଗ୍ରାମ୍ୟ କମିଟି ସଭାପତି ନରେନ୍ଦ୍ର ବିଶି, ସିଆରସିସି ନିତ୍ୟାନନ୍ଦ ବାଗ ପ୍ରମୁଖ ଯୋଗଦେଇ ପ୍ରାୟ 100 ଟି ଗଛ ବୃକ୍ଷରୋପଣ କରିଥିଲେ l ଏହାସହ ସ୍ଥାନୀୟ ଗ୍ରାମବାସୀ ଙ୍କୁ ବୃକ୍ଷରୋପଣ ଉପରେ ସଚେତନ କରାଯିବା ସହ ନିଜ ନିଜ ବାଡ଼ି ବଗିଚାରେ ଗଛ ଲଗାଇବା ପାଇଁ ଉତ୍ସାହିତ କରି ଲୋକଙ୍କ ମଧ୍ୟରେ ଶହେ ଟି ଚାରା ବଣ୍ଟନ କରାଗଲା l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗ୍ରାମବାସୀ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l