-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ନିଜ ୧୩ ବର୍ଷ ର ଝିଅ କୁ ତଣ୍ଟି ଚିପି ହତ୍ୟା କରିଥିବା ଏକ ନିନ୍ଦନୀୟ ଘଟଣା ସାମନା ଆସିଛି।
ଧରମବନ୍ଦା ଥାନା କେନ୍ଦୁ ବାହାରା ଗାଁ ର ଗଜାନନ୍ଦ ମାଝୀ ଓ ତାର ସ୍ତ୍ରୀ ଗୋପପରି ମାଝୀ ପାରିବାରିକ କଥା କୁ ନେଇ ଦୁହେ ସ୍ବୀମୀ ସ୍ତ୍ରୀ କଲହ ଲାଗିଥିଲେ। ନିଜ ମାଁ ଏବଂ ବାପା ଙ୍କୁ ବୁଝାଇବାକୁ ଯାଇଥିବା
ବେଳେ ଗଜାନନ୍ଦ ମାଝୀ ନିଜ ସ୍ତ୍ରୀ କୁ ମାଡ ମାରୁଥିଲା।ଠିକ୍ ସେହି ସମୟ ରେ ଗଜାନନ୍ଦ ଙ୍କ ୧୩ ବର୍ଷ ର ଝିଅ ଜୈତି ମାଝୀ ସହ୍ୟ କରିନପାରି ମାଁ କୁ ଛଡାଉଥିବା ସମୟ ରେ ଉତ୍ତେଜିତ ହୋଇ ଗଜାନନ୍ଦ ତାର ନିଜ ଝିଅ ଜୌତି ମାଝୀ ଙ୍କ ତଣ୍ଟି କୁ ଚିପି ଜୀବନ ରେ ମାରି ଦେଇଥିଲେ। ଘଟଣାସ୍ଥଳ ରେ ଜୌତି ମାଝୀ ଙ୍କ ମ଼ତ୍ୟୁ ଘଟିଥିଲା। ଜୌତି ଙ୍କ କାକା ଧରମବନ୍ଦା ଥାନା କୁ ଆସି ହତ୍ଯାକାରୀ ଗଜାନନ୍ଦ ମାଝୀ ଙ୍କ ବିରୁଦ୍ଧ ରେ ଏତଲା ଦେଇଥିଲେ। ,ଧରମବନ୍ଦା ପୋଲିସ ଅଭିଯୁକ୍ତ ହତ୍ଯାକାରୀ କୁ ଗିରଫ କରି ତଦନ୍ତ ଚଲାଇଛି। ନିଜ ଭିତରେ ଥିବା କ୍ରୋଧ କୁ ନିୟନ୍ତ୍ରଣ କରି ପାରିନଥିଲେ। ଫଳରେ ନିଜ ହାତରେ ନିଜ ଝିଅକୁ ମାରି ଦେଇଛନ୍ତି।
(ନୂଆପଡ଼ା ଜିଲ୍ଲାରୁ ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ)