-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସରପଞ୍ଚ ସଂଘ ଗଠିତ ହୋଇ ଯାଇଛି । ଡୁଆଝର ସରପଞ୍ଚ ଜିତୁ କୁମ୍ଭରଙ୍କ ସଭାପତିତ୍ୱରେ ବୈଠକ ପରିଚାଳିତ ହୋଇଥିଲା । ଖଡ଼ିଆଳ ବ୍ଲକ ସରପଞ୍ଚ ସଂଘର ସଭାପତି ଭାବରେ ତୁକୁଲା ସରପଞ୍ଚ ନିଲେଦ୍ରୀ ମେହେର ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବରେ ସରଧାପୁର ସରପଞ୍ଚ ଉମେଶ କୈବର୍ତ୍ତ, କୋଷାଧ୍ୟକ୍ଷ ଭାବରେ ରାଣୀମୁଣ୍ଡା ସରପଞ୍ଚ ତୁକରାମ ହିଆଲ ସର୍ଵସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ବୈଠକରେ ସୁବସିନୀ ପାନ, ଆଲ୍ହାଦିନୀ ବେହେରା, କୁନୁ ଚରଣ ବେହେରା, ମଥାମଣୀ ତାଣ୍ଡି, ବୈଦେହୀ ମାଝୀ, ଯେମମଣି ରଣା, ଅମ୍ବିକା ମାଝୀ, ଭଲେଶ୍ୱରୀ ଦାସ ପ୍ରମୁଖ ବୈଠକରେ ଯୋଗ ଦେଇ ନିଜ ନିଜର ମତ ପ୍ରଦାନ କରିଥିଲେ ।
(ନୂଆପଡ଼ା ଜିଲ୍ଲାରୁ ବିଶି ଚନ୍ଦନ ମାଝୀଙ୍କ ରିପୋର୍ଟ)