-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||     

HOME   ଜିଲ୍ଲା

ଜନସଂଖ୍ୟା ସ୍ଥିରତା ପକ୍ଷରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାରର ଶୁଭାରମ୍ଭ କଲା ନାଇକେନପାଲି

20-Jul-2023



ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ )
ଜୁନ ୨୭ ତାରିଖରୁ ଜନସଂଖ୍ୟା ମୋବିଲାଇଜେସନ ପକ୍ଷ ଏବଂ ୧୧ ଜୁଲାଇରୁ ଜନସଂଖ୍ୟା ସ୍ଥିରତା ପକ୍ଷ ଆରମ୍ଭ ହୋଇଯାଇଛି। ତେବେ ମୋବିଲାଇଜେସନ ପକ୍ଷରେ ନିଆଯାଇଥିବା ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ସୁଫଳ ସ୍ଥିରତା ପକ୍ଷରେ ଦେଖିବାକୁ ମିଳିଛି। ସ୍ଥିରତା ପକ୍ଷରେ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର, ଆୟୁସିଡି, ଅନ୍ତରା, ଗର୍ଭ ନିରୋଧକ ବଟିକା, କଣ୍ଡୋମ ଆଦି ସେବା ହିତାଧିକାରୀଙ୍କୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ପ୍ରଦାନ କରାଯାଉଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପୁରୁଷ ପରିବାର ନିୟୋଜନ ଅସ୍ତ୍ରୋପଚାର ଶୁଭାରମ୍ଭ କରିଛି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର। ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଦୁଇଜଣ ହିତାଧିକାରୀଙ୍କୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନଏସଭି କରାଯାଇଛି। ଶୈଳ୍ୟ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଦୁର୍ଗାଦତ୍ତ ଦାଶ ଉଭୟ ହିତାଧିକାରୀଙ୍କୁ ସେବା ପ୍ରଦାନ କରିଥିବା ବେଳେ ନର୍ସିଂ ଅଫିସର ପ୍ରେମଶୀଳା ଟେଟେ ଏବଂ ଏଟେଣ୍ଡାଣ୍ଟ ସତ୍ୟନାରାୟଣ ସିନ୍ଦିରିଆ ଅପରେସନ ଥିଏଟରରେ ବିଶେଷଜ୍ଞ ଡାକ୍ତରଙ୍କୁ ସହଯୋଗ କରିଥିଲେ। ଆଗକୁ ଉପଯୁକ୍ତ ସୂଚନା ପ୍ରଦାନ ସହ ଆହୁରି ଅନେକ ହିତାଧିକାରୀଙ୍କୁ ଏନଏସଭି ପରି ସରଳ ପରିବାର ନିୟୋଜନ ପଦ୍ଧତି ପାଇଁ ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ରାମଶଙ୍କର ତ୍ରିପାଠୀ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଚାର ରଥରୁ ସୂଚନା ପାଇ ପୁରୁଷ ପରିବାର ନିୟୋଜନ ପଦ୍ଧତି ଆପଣାଇବାକୁ ଆଗଭର ହେଲେ ବୋଲି ଜଣେ ହିତାଧିକାରୀ ରଘୁଅରକ୍ଷିତ ଭୁଏ ପ୍ରକାଶ କରି ଆଗକୁ ନିଜ ବନ୍ଧୁମାନଙ୍କୁ ଏହି ସରଳ ପଦ୍ଧତି ଆପଣାଇବାକୁ ପ୍ରବର୍ତ୍ତାଇବେ ବୋଲି ସେ କହିଥିବା ବେଳେ ଏହାକୁ ସ୍ଵାସ୍ଥ୍ୟଶିକ୍ଷା ଏବଂ ସ୍ଵାସ୍ଥ୍ୟ ଯୋଗାଯୋଗର ଏକ ବଡ ସଫଳତା ବୋଲି ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଉଲ୍ଲେଖ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହି ଅଂଚଳରେ ଅନ୍ୟ ପରିବାର ନିୟୋଜନ ପଦ୍ଧତିକୁ ଲୋକ ସହଜରେ ଗ୍ରହଣ କରୁଥିବା ବେଳେ ପୁରୁଷ ପରିବାର ନିୟୋଜନ ପ୍ରତି ଲୋକେ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏହି ଧାରାରେ ପରିବର୍ତ୍ତନ ଆଣି ଲୋକଙ୍କୁ ଏନଏସଭି ପରି ସରଳ ସ୍ଥାୟୀ ପରିବାର ନିୟୋଜନ ପଦ୍ଧତି ପ୍ରତି ଆଗ୍ରହୀ କରାଇବାରେ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ପ୍ରୟାସକୁ ପ୍ରଶଂସା କରାଯାଉଛି। ଆଜି ପୁରୁଷ ପରିବାର ନିୟୋଜନ ସେବା ପ୍ରଦାନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ମନୋଜ କୁମାର ପ୍ରଧାନ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର, ସ୍ଵାସ୍ଥ୍ୟକର୍ମୀ ସରୋଜ କୁମାର ଗାନ, ଆଶାକର୍ମୀ ସୁମିତ୍ରା ସାହୁ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026

You Might Also Like