-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
16-Jul-2023
ବରଗଡ଼:-୧୦ ଜୁଲାଇ ଠାରୁ ଅଗଷ୍ଟ ୮ ଯାଏଁ ଘର ଘର ବୁଲି ପ୍ରତିଟି ଜୀବନ ମୂଲ୍ୟବାନ ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଅଧିନସ୍ଥ ପହଣ୍ଡି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମିଳିତ ଉଦ୍ୟମରେ ଲିଟିପାଲି ଗ୍ରାମ ଠାରୁ ଆରମ୍ଭ ହୋଇଥିବା ସର୍ବେକ୍ଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି।
ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶ୍ରୀ ଦିନମଣୀ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘର ଘର ବୁଲି ମହିଳା ସ୍ୱାସ୍ଥ୍ୟକର୍ମୀ ସୁଶ୍ରୀ କୁନ୍ତଳା ମହାଲିକ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଶ୍ରୃତି ପଣ୍ଡା,ଆଶା କର୍ମୀ ଜେମାବତୀ ତାଣ୍ଡି ବିଭିନ୍ନ ରୋଗ ଯଥା:- ମେଲେରିଆ,ଫାଲେରିଆ,ଡେଙ୍ଗୁ,ଝାଡାବାନ୍ତି,ଯକ୍ଷ୍ମାରୋଗ,କୁଷ୍ଠ ରୋଗ ଚିହ୍ନଟ ସହ ରୋଗ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ସଚେତନତା ସୃଷ୍ଟି କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଧାରରେଏକ ରେଲି ବାହାରି ଗ୍ରାମ ପରିକ୍ରମା କରିଥିଲା