-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ଉଲୁଣ୍ଡା (ଗୌର ଚନ୍ଦ୍ର ପରିଛା ): ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମା ଉମାଦେବୀ ଆଞ୍ଚଳିକ କଲେଜ ଠାରେ ଯୁବ ରେଡକ୍ରସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟାପକ ତଥା ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ବଲ୍ଲଭ
ପୁରୋହିତ ମୁଖ୍ୟ ଅତିଥି ଭାବରେ ଏବଂ ଅଧ୍ୟାପକ ନିତ୍ୟାନନ୍ଦ ମିଶ୍ର,ସୁଶାନ୍ତ ଦେହୁରୀ, ବାଳମକୁନ୍ଦ ବାରିକ, ନିତ୍ୟାନନ୍ଦ ମିଶ୍ର , ଅଧ୍ୟାପିକା ସାଧନା ମେଣ୍ଡିଲି, ରଂଜିତା ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ ର ଆବଶ୍ୟକତା ଉପରେ
ବକ୍ତବ୍ୟ ରଖିଥିଲେ l ଏହି ଅବସର ରେ କଲେଜ ପରିସର ରେ , ନିମ୍ବ, ଆମ୍ବ,ଜାମୁ,ପଣସ, ଅଁଳା ଆଦି ଚାରା ରୋପଣ କରା ଯାଇଥିଲା. ଶମ୍ଭୁ ପ୍ରସାଦ ଭୋଇ, ନରୋତ୍ତମ କର୍ମୀ, ଯୋଗୀନ୍ଦ୍ର ପଧାନ, ସୁଶାନ୍ତ ମିଶ୍ର, ବାଦଲ ଦେହୁରୀ, ପ୍ରମୁଖ ସହଯୋଗ କରିଥିଲେ.