-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକ ଅଫିସ ପରିସରରେ ନିର୍ମିତ ମିଶନ ଶକ୍ତି ଭବନ ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମ ରେ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ଯ ଅତିଥି, ମୁରିବାହାଲ ବ୍ଲକ ଅଧ୍ଯକ୍ଷ ହରିବନ୍ଧୁ ମେହେର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ଯା ନିରୁପମା ଗହିର, ୨୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ଯ ଗୋପିନାଥ ପାଣିଗ୍ରାହୀ,ସରପଂଚ ସଂଘ ସଭାପତି ବିଶ୍ବବିହାରି ଯୋଷୀ, ମୁରିବାହାଲ ସମିତି ସଭ୍ଯ ଚକ୍ରଧର ହେର୍ଣା,ବିଡିଓ ପୂର୍ଣାନନ୍ଦ ପଟେଲ, ସିଡିପିଓ ସୁପ୍ରଭା ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ମାନଙ୍କ ବିକାଶ ହେଲେ ଗାଁ, ପଂଚାୟତ ଓ ବ୍ଲକ ର ଉନ୍ନତି ହେବ ବୋଲି ବିଧାୟକ କହିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବ୍ଲକ ଅଂଚଳ ର ୨୨ ଟି ପଂଚାୟତ ର ସରପଂଚ, ସମିତି ସଭ୍ଯ, ସଭ୍ଯା ମୁରିବାହାଲ ବ୍ଲକ ର କର୍ମଚାରୀ ବ୍ରୁନ୍ଦ ,ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମି,ମହାସଂଘର ସଭାପତି,ସଂପାଦିକା ସଭ୍ଯା ତଥା ବହୁ ସଂଖ୍ଯା ରେ ଏସ ଏଚଜି ଗ୍ରୁପର ସଦସ୍ଯା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।