-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ବରଗଡ଼(ନିରଞ୍ଜନ ତ୍ରିପାଠୀ ): ଲାୟନ୍ସ କ୍ଲବ ର ୪୪ ତମ ପ୍ରତିଷ୍ଠା ଦିବସ ଗତ ୦୯ ତାରିଖ ଦିନ ସ୍ଥାନୀୟ ବିଜୁପଟ୍ଟନାକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୩/୨୦୨୪ ବର୍ଷ ପାଇଁ ନବଭାରତ ହିନ୍ଦି ଦୈନିକ ଖବର କାଗଜ ର ପ୍ରତିନିଧି ତଥା ସମାଜସେବୀ ଶ୍ରୀ କିଶନ ଲାଲ ଅଗ୍ରୱାଲା ଙ୍କୁ ସଭାପତି ରୂପେ ରାଉରକେଲା ରୁ
ଆସିଥିବା ମୁଖ୍ୟ ଅତିଥି ଭାଇସ ଡିଷ୍ଟ୍ରିକ ଗଭର୍ନର ଲାୟନ ମମତା ଗୌତମ ଶ୍ରୀ ଅଗ୍ରୱାଲା ଙ୍କୁ ସଭାପତି ରୂପେ ଦାଇତ୍ବ ଅର୍ପଣ କରି ଶପଥ ପାଠ କରାଇଥିଲେ । ସଂପାଦକ ଭାବେ ଲାୟନ ଅନୀଳ ଅଗ୍ରୱାଲା, ଉପ ସଭାପତି ଭାବେ ଲାୟନ ଦୀପକ ବଲୋଦିଆ, ଲାୟନ ଆନନ୍ଦ ଡିରମିୱାଲ,ଲାୟନ ସଂଜୟ ମିତ୍ତଲ ଏବଂ ସହ ସଂପାଦକ ଭାବେ ଲାୟନ ପ୍ରବୀଣ ଜୈନ କୋଷାଧ୍ୟକ୍ଷ ଭାବେ ଲାୟନ ବିକାଶ ମିତ୍ତଲ,ସହ କୋଷାଧ୍ୟକ୍ଷ ଲାୟନ ବିନୋଦ ଜିନ୍ଦଲ ଶପଥ ପାଠ କରାଯାଇଥିଲା । ଏହା ବ୍ୟତିତ ଜିଏମଟି କୋ: ଅଡିନେଟର ଲାୟନ ଲାୟନ ମନୋଜ ମହାପାତ୍ର,ଜି ଏସ ଟି କୋ: ଅଡିନେଟର ଲାୟନ ମନୋରଞ୍ଜନ ପୁଜାରୀ , ଏଲ. ସି.ଆଇ.ଏଫ.କୋ: ଅଡିନେଟର ଅନୀତା ଲାଠ,ଆର୍ଟ ମାରକେଟିଂ ଚେୟର ପର୍ସନ ଲାୟନ ପ୍ରଦୀପ ସନନ,ଟାଇମର ଲାୟନ ପଙ୍କଜ ଦାଶ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲାୟନ ଅଭୟ ଭୋଇ ଙ୍କ ସମେତ କ୍ଲବ ଡାଇରେକ୍ଟର ଭାବେ ଡାକ୍ତର ଓମ ପ୍ରକାଶ ଲାଠ,ସୋହନ ଲାଲ ଲାଠ,ଡାକ୍ତର ସ୍ବାଧୀନ ଶର୍ମା,ଏନ. ପି ସିଙ୍ଘଲ ,ନବୀନ ଲାଠ,ସୁବାସ ଅଗ୍ରୱାଲା,ଜୟନ୍ତୀ ବେହେରା,ପ୍ରଦୀପ ଗୋୟଲ,ସୁଶାନ୍ତ ତ୍ରିପାଠୀ,ଶଙ୍କରଶଣ ମିଶ୍ର,ରାଜେନ୍ଦ୍ର ବଲୋଦିଆ,ଜଗଦୀଶ ମିତ୍ତଲ,ଜି. ଭାସ୍କର ରାଓ,ତଥା ଦୁର୍ଗା ପ୍ରସାଦ ଶର୍ମା ଙ୍କୁ ଶପଥ ପାଠ କରାଇଥିଲେ । ମାଁ ସମଲେଶ୍ବରୀ ଙ୍କ ତୈଳ ଚିତ୍ର ରେ ଦୀପ ପ୍ରଜ୍ବଳନ, ଜାତୀୟ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିଗମ୍ବତ ଆତ୍ମା ର ଶଦଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଲାୟନ ମନୋରଞ୍ଜନ ପୁଜାରୀ ଓ ଲାୟନ ନରସିଂହ କର ମଞ୍ଚ ପରିଚାଳନା କରିବା ସହିତ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ଅନୁରୋଧ କରିଥିଲେ । ସଭାପତି ଲାୟନ ଅମରଜୀତ ସିଂ ଖୁବ୍ ସୁନ୍ଦର ଭାବେ ସଭାକାର୍ୟ୍ୟ ସଂଚାଳନ କରିଥିଲେ । ନବ ନିଯୁକ୍ତ ସଭାପତି ଲାୟନ କିଶନ ଲାଲ ଅଗ୍ରୱାଲା ଲାୟନ୍ସ ହସପିଟାଲ୍ କୁ ଅଧିକ ଧ୍ୟାନ ଦିଆଯିବ ବୋଲି ତାଙ୍କ ବକ୍ତବ୍ଯ ରେ ପ୍ରକାଶ କରିଥିଲେ । ଶେଷରେ ଲାୟନ ଅନୀଳ ଅଗ୍ରୱାଲା ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲାୟନ ଅଭୟ ଭୋଇ ଙ୍କ ସୂତ୍ରରୁ ପ୍ରକାଶ ।