-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ସୁବର୍ଣ୍ଣପୁର - ଆଜି ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପ୍ରଦାନ କରାଯାଇଛି। ଏଥିରେ ଫାଉଣ୍ଡେସନ ର ରାଜ୍ୟ କୋର୍ଡ଼ିନେଟର ବରିଷ୍ଠ ଓକିଲ ବଳଦେବ ପ୍ରସାଦ ବେଦବାକ, ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର,ରାଜ୍ୟ ସମ୍ପାଦିକା ସୁନନ୍ଦା ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସିର୍ଣ୍ଣିବାସ ଚାନ୍ଦ, ଜିଲ୍ଲା ଯୁବମୋର୍ଚା ସଭାପତି ବାପି ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପୂର୍ଣ୍ଣିମା ସା, ଉପଦେଷ୍ଟା ସୁରେଶ ପାତ୍ର, ଜିଲ୍ଲା ଉପସଭାପତି ଗୌରହରି ନାଏକ, ଟିକେଶ୍ୱର ମେହେର, ଜିଲ୍ଲା ସମ୍ପାଦକ କେଶବ ସାହୁ,ଛବି ମେହେର, ଶିବଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉକ୍ତ ଦାବିପତ୍ରକୁ ଗ୍ରହଣ କରିଥିଲେ।