-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ବଲାଙ୍ଗିର(ଦେବାଶିଷ ବହିଦାର)- ବଲାଙ୍ଗୀର ତହସିଲରେ ନୂତନ ସହତହସିଲଦାର ଭାବରେ ବଲାଙ୍ଗୀରର ପୁଅ ବିଶ୍ୱମ୍ବର ପଣ୍ଡା ଯୋଗଦାନ କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଆର୍ .ଆଇ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସେ ନିଷ୍ଠା ଓ ଦକ୍ଷତାର ସହ କାମ କରି ସାରିଛନ୍ତି । ଜମିଜମା ସଂକ୍ରାନ୍ତରେ ତହସିଲ୍କୁ ଆସୁଥିବା ଲୋକ ମାନଙ୍କୁ ସୁବିଧା,ସହଜରେ ତଥା ନିଶୁକ୍ଲ ସେବା ଯୋଗାଇ ଦେବା ତାଙ୍କର ପ୍ରଥମ ଲକ୍ଷ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହାପୂର୍ବରୁ ନୂଆଁପଡା ଜିଲ୍ଲାରେ ଏସିଷ୍ଟାଣ୍ଡ୍ କଲେକ୍ଟର ଭାବରେ କାମ କରି ଲୋକଙ୍କ ଅଜସ୍ର ପ୍ରଶଂସା ସାଉଁଟି ଥିବା ଶ୍ରୀ ପଣ୍ଡା ଜଣେ ମେଳାପୀ ଓ ମିଷ୍ଟଭାଷୀ ମଣିଷ ଭାବରେ ଜଣାଶୁଣା । ବଲାଙ୍ଗୀର କଲେଜ ଛକ ବାସୀନ୍ଦା ଶ୍ରୀ ପଣ୍ଡା ଙ୍କୁ ନିଜର କାର୍ଯ୍ୟଦକ୍ଷତା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ମଧ୍ୟ କରାଯାଇଛି ।