-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
30-Jun-2023
ବଲାଙ୍ଗିର/ପାଟଣାଗଡ (ଦିଲୀପ ପଣ୍ଡାଙ୍କ ରିପୋର୍ଟ ): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଦାଉପାଲି ଛକଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକ ମୃତ।ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ମୃତକ ଜଣକ ହେଲେ ସଦର ବ୍ଲକ ଅନ୍ତର୍ଗତ ଘୁଟୁପାଲି(ବାଗ ପଡ଼ା) ର ଶିବ ପ୍ରସାଦ ବାଗ। ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।ଏକ ଅଜଣା ଗାଡ଼ି ୫ଟା ସମୟରେ ତାଙ୍କୁ ଧକ୍କା ଦେଇଥିଲା।ମୃତକ ବାଇକ୍ ଆରୋହି ଜଣକ ନିଜ ଘରୁ ଚୁଡ଼ାପାଲି ପଟକୁ ଆସିଥିବା ବେଳେ ପାଟଣାଗଡ ଆଡ଼କୁ ଯାଉଥିବା ଚାରିଚକିଆ ଗାଡ଼ି ଧକ୍କା ଦେଇଥିଲା। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ଅଛନ୍ତି।ବଲାଙ୍ଗିର ସଦର ଥାନାରୁ ଉଚ୍ଚ ଅଧିକାରୀ ଘଟଣା ସ୍ଥଳକୁ ଆସୁଥିବା ସୂଚନା ମିଳିଛି।