-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
30-Jun-2023
ବରଗଡ଼:-ଆଜି ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ନେତ୍ରାନନ୍ଦ ମହାପାତ୍ରଙ୍କ ଅବସରକାଳୀନ ସମ୍ୱର୍ଦ୍ଧନା ସଭା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଶ୍ରୀଯୁକ୍ତ ମହାପାତ୍ର ଉଚ୍ଚବିଦ୍ୟାଳୟ ପଡାରେ ତା ୦୧.୦୭.୧୯୮୫ରିଖରେ ଯୋଗଦାନକରି ଦୀର୍ଘ ୩୮ବର୍ଷ ଗୋଟିଏ ସ୍କୁଲରେ ନିରବଚ୍ଛିନ୍ନ,ଶୃଙ୍ଖଳିତ ଭାବେ କାର୍ଯ୍ୟତୁଲାଇ ଆସୁଥିଲେ।ସେ ଜଣେ ଛାତ୍ରବତ୍ସଳ,ମେଳାପି,ଛାତ୍ରଛାତ୍ରୀଙ୍କ ପ୍ରିୟପାତ୍ର ହେବା ସାଙ୍ଗକୁ ଗ୍ରାମରେ ବେଶ ଆସ୍ଥାଭାଜନ ହୋଇଥିଲେ।ତାଙ୍କ ଜୀବନର ଅଭୁଲା ସ୍ମୃତି କୁ ମନେ ପକାଇ ପ୍ରଧାନ ଶିକ୍ଷକ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।ଏ ଅବସରରେ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀ,ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଗୁଣଗାନ କରିବା ସାଙ୍ଗକୁ ଭୂୟସୀ ପ୍ରଶଂସା କରିଥିଲେ।ବିଦାୟୀ ଶିକ୍ଷକ ଶ୍ରୀମାନ ମହାପାତ୍ର ମଧ୍ୟ ନିଜର ମର୍ମସ୍ପର୍ଶି ଭାଷଣ ଦେଲାବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।ସ୍କୁଲ ପକ୍ଷରୁ ଶ୍ରୀମାନ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୈାକନ ପ୍ରଦାନ କରାଯାଇଥିଲା।ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ନେତ୍ରାନନ୍ଦ ମହାପାତ୍ରଙ୍କ ଅବସରକାଳୀନ ଦୀର୍ଘ ଜୀବନର ସୁଖ ସମୃଦ୍ଧି ପାଇଁ ସମସ୍ତେ ଠାକୁରଙ୍କ ପାଖରେ ପ୍ରାର୍ଥନା କଲାପରେ ସଭାକାର୍ଯ୍ୟ ସମାପନ ହୋଇଥିଲା।