-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
22-Jun-2023
ବଲାଙ୍ଗିର (ପ୍ରେରଣା ଖବର ): ଭାରତ ସରକାରଙ୍କ ଦ୍ବାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷ ର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀର ଜିଲ୍ଲାର ଯୁବ ନୃତ୍ଯ ଶିଳ୍ପୀ ତଥା ସଂଗଠକ ସୁବଳ ମହାକୁରଙ୍କୁ କନିଷ୍ଠ ଗବେଷଣା ବୃତ୍ତି ମିଳିଥିବା ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲ୍ଲାର ଜଣେ ଯୁବ ପ୍ରତିଭାବାନ ନୃତ୍ଯ ଶିଳ୍ପୀ ଭାବରେ ସୁବଳ ବିଶ ଜଣାଶୁଣା।ସେ ବଲାଙ୍ଗୀର ଲୋକ ଉତ୍ସବ,ଚନ୍ଦ୍ରାସେନୀ ମହୋତ୍ସବ ସହ ଜଡିତ ।ଏହା ସହ ବିଭିନ୍ନ ନୃତ୍ଯ ଶିକ୍ଷାଦାନ କେନ୍ଦ୍ର ସହ ସେ ଜଡିତ।ଆହୁରି ମଧ୍ଯ ସେ ବିଭନ୍ନ ସମୟରେ ନୃତ୍ଯ ପ୍ରତିଯୋଗିତାର ବିଚାରକ ଭାବରେ ଜନମାନସରେ ଏକଛାପ ଛାଡିଛନ୍ତି।ତାଙ୍କର ଏହି ଉପଲବ୍ଧି ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
।