-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2023
ବଲାଙ୍ଗିର(ପ୍ରେରଣା ଖବର ): ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମରେ ଷାଠିଏ ଘର ଡୁମାଲ ସମାଜର ଗ୍ରାମ୍ୟ ମନ୍ଥନ ସଭା ଟିକେଶ୍ୱର କର୍ମୀଙ୍କ ଓ ଗଙ୍ଗାଧର କର୍ମୀଙ୍କ ସଭାପତିତ୍ୱରେ କର୍ଲାପିଟା, ବାରପିଟା ଏବଂ କେରମେଲି ଗ୍ରାମର ନବ ନିର୍ବାଚିତ ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜସେବୀ ଜଗନ୍ନାଥ କରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରମାକାନ୍ତ ପଧାନ,
ବରୁଣ ବଘାର, ତିର୍ଥ ପଧାନ, ଶେଷଦେବ କର୍ମୀ, ନେହେରୁ ମହାକୁର, ବିମ୍ବାଧର କର୍ମୀ, ଢେକଲ ପଧାନ, ତପସ୍ୱିନୀ କର୍ମୀ, ଜ୍ୟୋସ୍ନା ପଧାନ, ଗୀତା ପଧାନ ସନ୍ତୋଷିନୀ କର୍ମୀ, ବୃନ୍ଦାବତୀ ପଧାନ, ତୁଳସୀ ପଧାନ ପ୍ରମୁଖ ମଂଚାସିନ ଥିଲେ । ନିରନ୍ତର ଗଠନ ମୂଳକ କାମ ହାତକୁ ନେଉଥିବା ଜାତି ଆଧାରିତ ସାମାଜିକ ସଂଗଠନ ରେ ମଜଭୁତ ମୂଳଦୁଆ ସହ ନୂତନ ପିଢିକୁ ନୂତନ କାର୍ଯ୍ୟ କରିବାର ସୁଯୋଗ ମିଳିଥାଏ । କଳଙ୍କି ଲାଗିଥିବା ଲୁହା କି କଳା ଦାଗରେ ଭରପୁର ରହିଥିବା ହାତରେ ଜାତି ଆଧାରିତ ସାମାଜିକ ସଂଗଠନରେ ଶୁଭ କାମ କରିବା ଅସମ୍ଭବ ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଉକ୍ତ ତିନି ଗ୍ରାମର ନବ ନିର୍ବାଚିତ ଗ୍ରାମ୍ୟ ପ୍ରତିନିଧି ମଣ୍ଡଳୀର ସଦସ୍ୟ, ସଦସ୍ୟାଙ୍କୁ ପୁଷ୍ପମାଲ୍ୟ ଓ ଉପଢୈାକନ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରା୍ାଇ ସମାଜକୁ ସାମଗ୍ରିକ ବିକାଶ ପଥରେ ଆଗେଇ ନେବାକୁ ପ୍ରତିନିଧି ମଣ୍ଡଳୀ ଦୃଢ ସଂକଳ୍ପ ନେଇଥିଲେ । ବାରପିଟା, କର୍ଲାପିଟା ଏଂ କେରମେଲି ଗ୍ରାମରୁ ବହୁତ ସଂଖ୍ୟାରେ ସଦସ୍ୟ, ସଦସ୍ୟା ଯୋଗ ଦେଇ ମନ୍ଥନ ସଭାକୁ ସଫଳ କରିଥିଲେ ।