-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
10-Jun-2023
ବଲାଙ୍ଗୀର(ପ୍ରେରଣା ଖବର )// ଗତ ୮ ତାରିଖ ଦିନ ଗଣଶିକ୍ଷା ବିଭାଗ ପକ୍ଷରୁ +୨ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ବଲାଙ୍ଗୀର ସହରର ଦୁଇ ଜଣ ଛାତ୍ରୀ ୫୩୩ ମାର୍କ ରଖି ସହରର ଶ୍ରେଷ୍ଠ କୃତୀ ଛାତ୍ରୀ ଭାବେ କୃତିତ୍ୱ ଅର୍ଜନ କରିଛନ୍ତି । ତେବେ ଏହି ଦୁଇ ଜଣ ଛାତ୍ରୀ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ
ପଢ଼ୁଥିବା ବେଳେ ସ୍ଥାନୀୟ ରୁଗୁଡି ପଡାସ୍ଥିତ ଓମ୍ ଏକାଡେମୀରେ କୋଚିଂ କରୁଥିଲେ । ରାଜେନ୍ଦ୍ର କଲେଜର ଦୁଇ ଛାତ୍ରୀ ପ୍ରିୟମ୍ବଦା ପ୍ରଧାନ ଓ ସାଗରିକା ପାତ୍ର ୫୩୩ ମାର୍କ ରଖି ବଲାଙ୍ଗୀର ଜିଲ୍ଲାବାସୀଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି ।
ଏଥିସହ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ଗୀତାଞ୍ଜଳି ସାହୁ ୫୧୫ ମାର୍କ ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ସେହିପରି ହରିପ୍ରିୟା ସ୍ୱାଇଁ ୫୦୬ ମାର୍କ ରଖି ସରକାରୀ ମହିଳା ମହାବିଦ୍ୟାଉଳୟରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ପ୍ରକାଶ ଥାଉକି, ଏ ସମସ୍ତ ଛାତ୍ରୀ ଓମ ଏକାଡେମୀରେ କୋଚିଂ ନେଉଥିଲେ ।