-+91-9937148622 |
prerana_bgr@rediffmail.com |
Thursday 12th November 2026 |
R.N.I. Regd No. ODIODI/2010/46693
Breaking News
10-Jun-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଅପରାହ୍ନରେ ସମୟରେ ସୁବଳୟା ରୁ ବୀରମହାରାଜପୁର କୁ ଫେରୁଥିବା ସମୟରେ ଜଟେସିଂହା ହରିହର ଜୋର ପୋଲ ନିକଟରେ ଜଣେ ମହିଳା ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ଅଟକି ଥିଲେ। ଶ୍ରୀ ଲୁହା ତୁରନ୍ତ ନିଜ ଗାଡିରେ ଉକ୍ତ ମହିଳାଙ୍କୁ ବସାଇ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଂଶୁଘାତ ରୁ ଅଚେତ ହୋଇଥିବା ପ୍ରକାଶ କରିଥିଲେ। ଅଂଶୁଘାତ ପୀଡିତା ହେଉଛନ୍ତି ଉଲୁଣ୍ଡା ବ୍ଲକ ନାକଡେଇଁ ଗାଁ ର ଧନେଶ୍ଵର ପାଣିଗ୍ରାହୀ ( ୬୩) ଜଣାଯାଇଛି। ବଡଖମାର ଗାଁକୁ ତାଙ୍କ ସମ୍ପର୍କୀୟଙ୍କ ସହ ଏକ ବ୍ରତ ଘରକୁ ଯୋଗଦେବାକୁ ଯାଇଥିବାବେଳେ ପ୍ରଚଣ୍ଡ ରୌଦ୍ରତାପରେ ସେ ଅଂଶୁଘାତରେ ପଡିତ ହୋଇଯାଇଥିବା ଜଣାପଡିଛି । ତେବେ ନାରାୟଣଙ୍କ ଯୋଗୁଁ ପିଡିତା ଜଣକ ତୁରନ୍ତ ଚିକିତ୍ସା ପାଇଥିବାବେଳେ ତାଙ୍କ ଏହି ମହତ କାମପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି ।