-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
10-Jun-2023
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ): ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନିର୍ମଳ ଶାସନ ରେ ଅନୁପ୍ରାଣିତ ହୋଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଲୋକେ ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡା ବ୍ଳକ କନ୍ଧେନଝୁଲା ପଞ୍ଚାୟତ ଭାରତୀୟ ଜନତା ପାର୍ଟିର କବ୍ଜାରେ ରହିଥିଲା କିନ୍ତୁ ଯୁବ ବିଧାୟକ ସରୋଜ କୁମାର ମେହେରଙ୍କ ବିଜୟୀ ପରେ ଏବେ ଲୋକ ବିଜେଡି ମୁହାଁ ହୋଇଥିବା ବେଳେ ଗତ
୮/୦୬/୨୩ ଦିନ ଅନେକ କନ୍ଧେନଝୁଲାର ବିଜେପି କର୍ମୀ ପଦ୍ମଛାଡି ଶଙ୍ଖ ଧରିଛନ୍ତି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୀତବାସ ନାଏକ, ଟଙ୍କଧର ନାଏକ (ଓ୍ବାର୍ଡ ମେମ୍ବର),କେଶବ ଧରୁଆ (ଓ୍ବାର୍ଡ ମେମ୍ବର), ବୈକୁଣ୍ଠ ବିଶି,ରୂପଧର ମାଝୀ, ହୀରାଚନ୍ଦ କୁମ୍ଭାର ପ୍ରମୁଖ ବିଧାୟକ ସରୋଜ କୁମାର ମେହେର ଙ୍କ ଉପସ୍ଥିତି ରେ ପୂର୍ବତନ ସରପଞ୍ଚ ବରୁଣ ମାଝୀଙ୍କ ନେତୃତ୍ବରେ ଯୋଗଦାନ କରିଥିଲେ।