-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
26-May-2023
ବଲାଙ୍ଗିର (ପ୍ରେରଣା ଖବର ): ବିତୃ ହତ୍ୟାକାଣ୍ଡ ଘଟଣାରେ ବଲାଙ୍ଗିର ପୁଲିସକୁ ମିଳିଲା ଏକ ବଡ ସଫଳତା । ହତ୍ୟାକାରୀଙ୍କୁ ଧରିଲା ପୁଲିସ । ବଲାଙ୍ଗିର ସହର ନରସିଂହ ମନ୍ଦିର ଗଳିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ତିନିଜଣ ଅପରାଧୀଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ଏଥି ମଧ୍ୟରେ ମୁଖ୍ୟ ଅପରାଧି ପ୍ରିତମ କଲତା, ବିମଲ ରାଉଳ ଓ ଆକାଶ
ରାଉଳ ରହିଥିବା ଜଣାପଡିଛି । ଏନେଇ ଦୁଇ ଜଣ ଅପରାଧୀ ଙ୍କୁ ନେଇ ଘଟଣାସ୍ଥଳରେ ସିନ ରିକ୍ରିଏସନ କରାଯାଇଛି । ଅପରାଧୀ ମାନେ କେମିତି ହତ୍ୟାକାଣ୍ଡ ଭିଆଇଲେ ତାହା ଦେଖାଇବାକୁ ତାଙ୍କୁ ନରସିଂହ ମନ୍ଦିର ଗଳିକୁ ନିଆଯାଇଥିଲା । ଏହା ପରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଲାଙ୍ଗିର ପୁଲିସ ଘଟଣା ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲା