-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
26-May-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ସଦର ମହକୁମାରୁ ପ୍ରାୟ ୧୦୦ କିଲୋମିଟର ଦୂର ନୁଆପଡା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସୀମାନ୍ତରେ ଥିବା ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଶ୍ରୀହୀନ ହୋଇପଡିଛି। ପୁରା ବଙ୍ଗୋମୁଣ୍ଡା ବ୍ଲକ ତଥା ତିନୋଟି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ରୋଗୀମାନଙ୍କ ତଥା ନିକଟରେ ଥିବା
୧୬ ନମ୍ବର ରାଜ୍ଯ ରାଜପଥ ଓ ୪୨ ନମ୍ବର ରାଜ୍ଯ ରାଜପଥ ରେ କୌଣସି ଦୁର୍ଘଟଣା ହେଲେ ପ୍ରଥମେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହିଁ ସାହା ଭରସା। କିନ୍ତୁ ଏବେ ଏ ଅଞ୍ଚଳର ଗୁରୁତ୍ୱ ବହନ କରୁଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଅଭାବ ରୁ ଶ୍ରୀହୀନ ହୋଇ ପଡିଛି। କିଛି ବର୍ଷ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ର ର ଅବସ୍ଥା ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପରିବେଷଣ ହୋଇଥିଲା। ଏବଂ ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ ଏ ବିଷୟରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଶ୍ରୀ ସାଲୁଜା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ବଲାଙ୍ଗୀର ଗସ୍ତ ସମୟରେ ସିନ୍ଧେକେଲା ଅଞ୍ଚଳର ଲୋକଙ୍କ ସହ ନିଜେ ବିଧାୟକ ଶ୍ରୀ ସାଲୁଜା ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପଦବୀ ପୂରଣ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସ୍ବର୍ଗତ ମନ୍ତ୍ରୀ ଶ୍ରୀ ଦାସ ତୁରନ୍ତ
ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିଛିଦିନ ପରେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ରମାକାନ୍ତ ସାହୁଙ୍କ ପୋଷ୍ଟିଂ ହେବାସହ କିଛି ମାସ ପରେ ଜଣେ ଏମବିବିଏସ ଡାକ୍ତର ପ୍ରମୋଦ କୁମାର ବାରିକଙ୍କ ପୋଷ୍ଟିଂ ହୋଇଥିଲା। କିନ୍ତୁ କିଛିବର୍ଷ ସବୁ ଠିକଠାକ ଚଳିବା ପରେ ଚଳିତ ମାସ ହଠାତ ଦୁଇଜଣ ଡାକ୍ତର ଙ୍କ ବଦଳି କରି ଦିଆଯାଇଛି। ପ୍ରକାଶ ଥାଉକି ସିନ୍ଧେକେଲା ସ୍ବାସ୍ଥ୍ୟକେନ୍ଦ୍ର ରେ କେବଳ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଗୋଟିଏ ବର୍ଷରେ ପ୍ରାୟ ୧୦୦୮ ଡେଲିଭରି ହୋଇପାରିଥିଲା ଏଥିରୁ ସ୍ପଷ୍ଟ ଯେ ଏହି ହସ୍ପିଟାଲ ଏ ଅଞ୍ଚଳ ପାଇଁ କେତେ ନିର୍ଭରଶୀଳ। କିନ୍ତୁ ଏବେ ଗର୍ଭବତୀ ମାଁ ମାନେ ଚିନ୍ତାରେ। ଗୋଟିଏ ମାତ୍ର ନିୟମିତ ଡାକ୍ତରଙ୍କୁ ନେଇ ଏ ଅଞ୍ଚଳର ସ୍ବାସ୍ଥ୍ୟସେବା କିପରି ହୋଇପାରିବ। ସେ ନେଇ ଜନସାଧାରଣଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଯଥାଶୀଘ୍ର ଡାକ୍ତର ପଦବୀ ପୂରଣ ପାଇଁ ସବୁ ମହଲରୁ ଦାବି ହେଉଛି।