-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କପାଣି ପଞ୍ଚାୟତ ତରା ଗାଁ ରୁ ଦରୋମୁଣ୍ଡା ରାସ୍ତା ରେ ହୋଇଥିବା ମେଟାଲିଙ୍ଗ ଓ ମୁରୁମ କାମ ଠିକ୍ ଭାବରେ ହୋଇଥିଲା ବୋଲି ଗ୍ରାମବାସୀ ଙ୍କ ଠାରୁ ଜଣାପଡିଛି। ସୂଚନା ଅନୁସାରେ ତରା ଗାଁ ର ଲୋକେ ଦରୋମୁଣ୍ଡା ଯିବା ପାଇଁ କଦର୍ଯ୍ୟ ରାସ୍ତା ଦେଇ ଯାତାୟତ କରୁଥିଲେ । ଏଥିପାଇଁ ତିନି ଚାରି ବର୍ଷ ହେଲା ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି କରୁଥିବା ବେଳେ ଚଳିତ ବର୍ଷ କପାଣି ପଞ୍ଚାୟତ ସରପଞ୍ଚ ଭୂମିସୂତା ଧରୁଆ ଦୃଷ୍ଟି ଆକର୍ଷଣ କରି ପଞ୍ଚାୟତ ଫାଇଲ୍ ରେ ମେଟାଲ ଓ ମୁରୁମ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି।ଏଥିରେ ୧୮ ଟ୍ରିପ ମେଟାଲ ୧୫୦ ମୁରୁମ ପକାଇ ରାସ୍ତା ର ସୌନ୍ଦର୍ଯ୍ୟକରଣ କରିଛନ୍ତି।ଯାହା ଫଳରେ ଲୋକ ଙ୍କ ଯାତାୟାତ ସୁବିଧା ହୋଇପାରିବ କିନ୍ତୁ କାମ ଆରମ୍ଭ ସମୟରେ କେହି ଜଣେ ଖଳପ୍ରକୃତି ଲୋକ ଫଟୋ ଉଠାଇ ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରିଥିଲେ। ହେଲେ କାର୍ଯ୍ୟ ଶେଷ ସମୟ ରେ ଭଲ ଭାବେ ହୋଇଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ।ଗତ ପାଞ୍ଚ ବର୍ଷ ରେ କପାଣି ପଞ୍ଚାୟତର କିଭଳି ଅବସ୍ଥା ଥିଲା ଓ ଏକ ବର୍ଷ ରେ ସ୍ଥିତି କେମିତି ଅଛି ତାହା ତଦନ୍ତ କରାଯାଉ ବୋଲି ସରପଞ୍ଚ ଭୂମିସୂତା ଧରୁଆ କହିଛନ୍ତି।