-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ )ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସସ୍ ନେଟୱାର୍କ (ସ୍କାନ)ର କାର୍ଯ୍ୟକାରିଣୀ ବୈଠକ ସୋମବାର ସ୍ଥାନୀୟ ଶାନ୍ତି ନଗର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଆଗାମୀ ଶୀତଳ ଷଷ୍ଠୀ ପାଇଁ ଥଣ୍ଡା ପାନୀୟ ଜଳ ସେବା, ବର୍ଷା ଋତୁରେ ଚାରା ରୋପଣ, ବିଶ୍ବ ପରିବେଶ ଦିବସ ପାଳନ ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା I "ସ୍କାନ"ର ଅଧକ୍ଷ ସୁଧାଂଶୁ ଶେଖର ମହାରଣା ଏହି ବୈଠକରେ ଅଧକ୍ଷତା କରିଥିଲେ I ସଦସ୍ୟଙ୍କ ଦ୍ୱାରା ଆଗତ ପ୍ରସ୍ତାବ ଗୁଡିକ ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା I ବୈଠକରେ ସଂଯୋଜକ ସରୋଜ ସାହୁ, ସୁଶାନ୍ତ ମହାପାତ୍ର, ପ୍ରଦୁମ୍ନ ସେଠି, ଅମ୍ବୁଜ ନାୟକ, ଲଷ୍ମୀ ନାରାୟଣ ପ୍ରଧାନ, ବିକାଶ ରଞ୍ଜନ ପତି, ହରିହର ପାଣି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ସଭା ପ୍ରାରମ୍ଭରେ ସମ୍ପାଦକ କୁଳ ଶେଖର ବାରିକ ବିବରଣୀ ଉପସ୍ଥାପନ ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I