-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ ): ରବିବାର ଦିନ ଲୁଥୁରବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦର ଗ୍ରାମର କୈଳାଶ ବାଗ ନାମକ ଜଣେ ଯୁବକ ରବିବାର ଦିନ ନିକଟସ୍ଥ ସିକେର ଗ୍ରାମକୁ ନିଜର ବାଇକ୍ ଯୋଗେ କୀର୍ତ୍ତନ ନାଚିବାକୁ ଯାଉଥିବା ବେଳେ ତୁଲାଙ୍ଗ ଗ୍ରାମ ନିକଟରେ ଏକ ପିକଅପ୍ ଭ୍ୟାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ କୈଳାଶଙ୍କୁ ପ୍ରଥମେ ଟିଟଲାଗଡ ସରକାରୀ ଡାକ୍ତରଖାନାରେ ପ୍ରାରମ୍ଭିକ ଚିକିତ୍ସା କରି ବଲାଙ୍ଗୀର ମ୍ୟାଡ଼ିକାଲ କଲେଜ ଡ଼ାକ୍ତରଖାନାକୁ ସ୍ଥାନାନ୍ତତରିତ କରାଯାଇଥିଲା । ସ୍ବାସ୍ଥ୍ୟ ଅଧିକ ଗୁରୁତର ଥିବାରୁ ସେଠୁ ବୁର୍ଲା ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ପରିବାର ତଥା ଗ୍ରାମବାସୀ ମାନେ କୈଳାଶଙ୍କ ଶବକୁ ଆଣି ଟିଟଲାଗଡ ଥାନା ସମ୍ମୁଖରେ ରଖି କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୃତ କୈଳାଶ ବାଗ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। କୈଳାଶଙ୍କ ଘରେ ଜଣେ ଭିନ୍ନକ୍ଷମ ଭାଇ ଓ ତାଙ୍କର ତିନୋଟି ପୁଅ ଥିବା ଜଣାଯାଇଛି । ସରକାରଙ୍କ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ
ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ସରପଞ୍ଚ ସଂଘ ସଭାପତି ବୀରବର ସାହୁ ଦାବି କରିବା ସହ ବହୁ ସଂଖ୍ୟା ଗ୍ରାମବାସୀ ଥାନା ଆଗରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ଓ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଖବର ପାଇ ଲୁଥୂର୍ ବନ୍ଧ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରପ୍ରକାଶ ଦେହୁରି ଧାରଣାସ୍ଥଳକୁ ଆସି ରେଡକ୍ରସ୍ ପାଣ୍ଠିରୁ ୧୦ ହାଜlର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ପାରିବାରକୁ ଥଇଥାନ ବ୍ୟବସ୍ଥା କରାଯିବା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇ ଥିଲା ।