-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ଲୋଇସିଂହା, (ବିନୋଦ କୁମାର ଦୀପ) ସମୋବାର ଲୋଇସିଂହା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟର ସଭାଗୃହରେ କଲେଜର ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୋ କଲେଜର ଆବାହକ ଶ୍ରୀମତି ଶାନ୍ତିପ୍ରୀୟା ହୋତା ନିଜ ଅଭିଭାଷଣ ରେ ଗୋଟିଏ କଲେଜର ବିଭିନ୍ନ ଉନ୍ନୟନ ମୁଳକ କାମରେ ପୁର୍ବତନ ଛାତ୍ର ଛାତ୍ରୀଙ୍କ ଭୂମିକା ର ଗୁରୁତ୍ୱ ଉପରେ ଆଳୋକପାତ କରିଥିଲେ ଓ ରାଜ୍ଯ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ କଲେଜର ପୁର୍ବତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆଲୁମିନି କମିଟି ଗଠନ ପାଇଁ ପ୍ରସ୍ତାବ ରଖିଥିଲେ। ଏହି ପରିପ୍ରେକ୍ଷି ରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ସର୍ବ ସମ୍ମତି କ୍ରମେ ଶରୋଜ ବିଶ୍ବଳ ଙ୍କୁ ସଭାପତି,ଶିବକୁମାର ଅଗ୍ରୱାଲ୍ ଙ୍କୁ ସମ୍ପାଦକ ତଥା ସୁବ୍ରତ ନାୟକ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଥିଲା। ସେହିପରି ଏକ ନଅ ଜଣିଆ କମିଟି ମଧ୍ଯ ଗଠନ କରାଗଲା ଯେଉଁଥିରେ ପ୍ରତାପ କୁମାର ବହିଦାର, ପ୍ରଦିପ ବଗର୍ତୀ, ସନ୍ତୋଷ ସିଂଲାଲ୍,ସରୋଜ ମହାକୁର, ସୁମନ୍ତ ସାହୁ,ସମ୍ପଦ ପୋଢ,ବବିତା ବେହେରା, ନିଳିମା ବଗର୍ତି, ସୁସମା ଭୋଇ ପ୍ରମୁଖ ରହିଛନ୍ତି। ଅଧ୍ୟାପକ ସନ୍ତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l