-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ନାକଟିଦେଉଳ( କନ୍ଦର୍ପ ବେହେରା )
ଗତ ୧୯ ତାରିଖ ସଂଧ୍ୟାରେ ବୌଦ୍ଧ ଅଂଚଳର ଜନୈକ ଅଭିଯୁକ୍ତକୁ ପୋଲିସ୍ ଗିରଫ କରି ନାକଟିଦେଉଳ ଆଣିବା ସମୟରେ ଗୋଧିଢ଼ିପରୁ ପୋଲିସକୁ ଚକମା ଦେଇ ଫେରାର୍ ହେବା ଘଟଣାରେ ପୋଲିସ୍ ଅଭିଯୁକ୍ତକୁ ଫୁଲବାଣୀ ରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ଇସ୍ତାହାରରେ ପୋଲିସ୍ ପ୍ରକାଶ କରିଛି ।ପ୍ରକାଶ ଯେ ,ନାକଟିଦେଉଳ ପୋଲିସ୍ କୌଣସି ଏକ ଘଟଣାରେ ବୌଦ୍ଧ ଥାନା ବଘିଆପଡ଼ାର ସଞୁ ବେହେରା( ୨୦)କୁ ଗିରଫ କରି ନାକଟିଦେଉଳ ଥାନାକୁ ଗତ ୧୯ ମଇ ସଂଧ୍ୟା ୭.୩୦ ରେ ଗାଡ଼ିରେ ଆଣିଥିଲେ । ଗୋଧିଢ଼ିପ ଛକକୁ ଯାଇ ହୋଟେଲରେ ଟିଫିନ୍ କରୁଥିବା ସମୟରେ ଅଭିଯୁକ୍ତ ପୋଲିସ୍ କୁ ଚକମାଦେଇ ଫେରାର୍ ହୋଇଯାଇଥିଲା । ପୋଲିସ୍ ବହୁ ସମୟ ଖୋଜାଖୋଜି କରି ଅଭିଯୁକ୍ତକୁ ପାଇ ନ ଥିଲା । ପୋଲିସ୍ ଅଭୁଯୁକ୍ତକୁ ଫୁଲବାଣୀ ରୁ ଆଜି ଗିରଫ କରି ଆଣିବା ସହ ତାକୁ କୋର୍ଟଚାଲାଣ କରିଥିବା ନାକଟିଦେଉଳ ପୋଲିସ୍ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରିଛନ୍ତି ।ଅଭିଯୁକ୍ତ ନାମରେ ନାକଟିଦେଉଳ ଥାନା କେସ୍ ନଂ ୬୯ ତା ୧୯//୨୦୨୩ ୟୁଏସ୍ ୩୮୯ ଆଇ ପି ସି ରେ ମାମଲା ରୁଜୁ କରିଯାଇଥିବା ଜଣା ପଡ଼ିଛି ।