-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
19-May-2023
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ )
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରିଷିଡା ବାପୁଜି ସରକାରୀ ହାଇସ୍କୁଲ ପୂର୍ବତନ ଶିକ୍ଷକ ତଥା ରିଷିଡା ବାଳିକା ହାଇସ୍କୁଲ ରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଡମ୍ବରୁ ଧର ରଣା ଙ୍କ ଗୁରୁବାର ସନ୍ଧ୍ୟାରେ ତାଙ୍କ ଗାଁ ରେଙ୍ଗାଲି ରେ ପରଲୋକ ହୋଇଯାଇଛି।ସେ ଗତ କିଛି ବର୍ଷ ହେଲା ଶଯ୍ୟାଶାୟୀ ଥିଲେ।ଶୁକ୍ରବାର ସକାଳେ ତାଙ୍କ ପାର୍ଥିବ ଶରୀର କୁ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଗୌର କିଶୋର ରଣା ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗ ଉପସ୍ଥିତ ଥିଲେ।ସେ ଜଣେ ଲୋକ ପ୍ରିୟ ଶିକ୍ଷକ ଥିଲେ।ତାଙ୍କ ବିୟୋଗରେ ବାପୁଜି ହାଇସ୍କୁଲ ର ପୁରାତନ ଛାତ୍ର ସଂସଦ,କର୍ଲାମୁଣ୍ଡା ପ୍ରେସ କ୍ଲବ,କର୍ଲାମୁଣ୍ଡା ଜନ ଜାଗରଣ ମଞ୍ଚ,କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚ,ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି