-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
19-May-2023
ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ) ଗରିବ ବୃଦ୍ଧ ବୃଦ୍ଧା ଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଭତ୍ତା ପ୍ରଦାନ କରୁଥିବା ବେଳେ ଆଗରୁ ପିଇଓ ମାନଙ୍କ ଦ୍ଵାରା ହାତାହାତି ପ୍ରଦାନ କରାଯାଉଥିଲା। କିଛି ପିଇଓ ଓ ସରପଞ୍ଚ ଚଞ୍ଚକତା କରି ଭତ୍ତା ଟଙ୍କା ହଡ଼ପ କରିଥିବା ବେଳେ ସରକାର ଏବେ ନୂଆ ନିୟମ ଲାଗୁ କରି ଏକାଉଣ୍ଟ୍ ଦ୍ବାରା ପେମେଣ୍ଟ କରୁଛନ୍ତି। ଏକାଉଣ୍ଟ୍ ପେମେଣ୍ଟ କିଛି ଲୋକ ଙ୍କ ପାଇଁ ସୁବିଧା ହେଉଥିବା ବେଳେ କିଛି ଲୋକ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ପଞ୍ଚାୟତ ପଦ୍ମପୁର (କୁଦୋଭଟା) ଗ୍ରାମ ର ରାଜାରାମ ହାତୀ (୮୦) ଓ ତାଙ୍କ ସ୍ତ୍ରୀ ଉଷା ହାତୀ ନିଜ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ବେଲପଡା ଷ୍ଟେଟ ବ୍ୟାଙ୍କ କୁ ଆସିଥିଲେ ଜଣକ ଭତ୍ତା ପାଇଥିବା ବେଳେ ଅନ୍ୟ ଜଣେ ନପାଇ ଫେରି ଯାଉଥିଲେ। ଆଜି ପ୍ରଚଣ୍ଡ ରୁଦ୍ର ତାପ ରେ ପ୍ରଭାବିତ ହୋଇ ମୁର୍ଚ୍ଛା ହୋଇଗଲେ।ସେହି ସମୟ ରେ ସମାଜସେବୀ ଦେବ ସୁନା ପହଞ୍ଚି ସ୍ବାମୀ ସ୍ତ୍ରୀ ଙ୍କୁ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇ ଘରକୁ ପହଞ୍ଚାଇ ଦେଇଥିଲେ।ଦେବଦୂତ ସାଜି ବୃଦ୍ଧ ବୃଦ୍ଧା ଙ୍କୁ ସାହାଯ୍ୟ କରିଥିବା ଯୋଗୁଁ ଦେବ ଙ୍କୁ ଅଞ୍ଚଳ ର ଲୋକ ଧନ୍ୟବାଦ ଜଣାଇଛନ୍ତି। ସରକାର କିଛି ଲୋକ ଙ୍କୁ ହାତାହାତି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି।