-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
12-May-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଠାରେ ୨୫ ଦିନିଆ ବିୟୁଟି ୱେଲନେସ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି | ଏହି ତାଲିମ କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ଉଦଘାଟନ କରିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଓରମାସ ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଡିପିଏମ ଓଏଲଏମ ପୁଷ୍ପଶ୍ରୀ ନାୟକ, ଡିପିସି ମିଶନ ଶକ୍ତି ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |ଏହି ତାଲିମ କାର୍ଯ୍ୟକ୍ରମ ରେ ମୋଟ ୧୪୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଅଂଶଗ୍ରହଣ କରିଛନ୍ତି | ସେଥି ମଧ୍ୟରୁ ସମ୍ବଲପୁରରୁ ୪୫ ବଲାଙ୍ଗୀର ରୁ ୨୫ ଦେବଗଡ଼ ୩୫ ବରଗଡ଼ ୨୨ ଏବଂ ସୋନପୁର ରୁ ୧୮ଜଣ ଏସଏଚଜି ସଦସ୍ୟ ଅଂଶଗ୍ରହଣ କରିଛନ୍ତି | ଏହି ତାଲିମ କାର୍ଯ୍ୟକ୍ରମ ବିୟୁଟି ୱେଲନେସ ଏବଂ ସେକ୍ଟର ସ୍କିଲ କାଉଁସିଲ ସହଭାଗିତାରେ ମିଶନ ଶକ୍ତି ବିଭାଗ ଆୟୋଜନ କରୁଛି | ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟାଞ୍ଚଳ ଉତ୍କର୍ଷ ସମିତି ସିଦ୍ଧି ପଞ୍ଚଗୋଛିଆ ଠାରେ କରାଯାଉଛି | ଉପରକ୍ତ ୫ ଗୋଟି ଜିଲ୍ଲାରୁ ମୋଟ ୨୪୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି | ତାଲିମ ପରେ ସେମାନଙ୍କୁ ନିଜର ପାର୍ଲର ଖୋଲିବା ନିମନ୍ତେ ସହଯୋଗ କରାଯିବ | ଯଦି ଆଗକୁ ବି ତାଲିମ ର ଆବଶ୍ୟକତା ପଡେ ତେବେ ତାଲିମ ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି |