-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
11-May-2023
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବୁଧବାର ଅନୁଷ୍ଟିତ ପଞ୍ଚମ ରାଉଣ୍ଡର ତୃତୀୟ ମ୍ୟାଚରେ ତ୍ରିରଙ୍ଗା ୟୁଥ କ୍ଲବକୁ ହରାଇ ଅତୁଳ ଏକାଦଶ ବିଜୟା ହୋଇଛି । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଅଦ୍ୟାବଧି ଅତୁଳ -୧୧ ଖେଳିଥିବା ୫ଟି ମ୍ୟାଚରୁ ପ୍ରଥମ ବିଜୟ ହାସଲ କରିଥିବାରୁ ସମସ୍ତ ଖେଳାଳୀ ମାନଙ୍କ ମନୋବଳ ବଡ଼ିବା ସହିତ ଟିମର ମାଲିକ ରବୀନ୍ଦ୍ର କୁମାର ହୋତା ଆଗାମୀ ଦୁଇଟି ମ୍ୟାଚ ମଧ୍ୟ ନିଶ୍ଚୟ ଦଳ ଜିତିବ ବୋଲି କହିଛନ୍ତି । ଟଚ ଜିଣି ଅତୁଲ ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୮ୱିକେଟ ହରାଇ ୬୬ରନ କରିଥିଲା ତାର ଜବାବରେ ତ୍ରିରଙ୍ଗା ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ମାତ୍ର ୫୯ରନ କରିବାକୁ ସକ୍ଷମ ହୋଇଥିଲା ମ୍ୟାଚକୁ ପ୍ରଦୀପ ମହାଳିଂ ଓ ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ହାଡୁ ବଢେଇ,ଆଲୋକ ସେଠୀ ଏବଂ ମ୍ୟାଚର ଧାରାବିବରଣୀ ଶଶାଙ୍କ ଶେଖର ଦାସ,ବୈରାଗୀ ପ୍ରଧାନ ପ୍ରଦାନ କରିଥିଲେ ।ସ୍ପୋର୍ଟସ କ୍ଲବ କୋଷାଧ୍ୟକ୍ଷ ହିମାଂଶୁ ଶେଖର ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିନିକା ଜୋନ ନଂ୧ର ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା କଲତା,ସ୍ଵତନ୍ତ୍ର ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ମହିଳା
ମୋର୍ଚା ସାଧାରଣ ସମ୍ପାଦିକା ସୁରଚି ବେହେରା ଯୋଗଦେଇ ବିଜେତା/ଉପ ବିଜେତା ଦଳ ଏବଂ ଉଚ୍ଚ କୋଟିର ବୋଳିଂ ପ୍ରଦର୍ଶନ କରିଥିବା ଅତୁଳ ଏକାଦଶର ସାନନ୍ଦ ବର୍ଗର୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଆଜି ଗୁରୁବାର ଅପରାହ୍ନରେ ସିଦ୍ଧିକ୍ଷା ରେବେଲସ ବନାମ କମ୍ରେଡ ମଧ୍ୟରେ ମ୍ୟାଚ ହେବ ।ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ ପାଇଁ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ କୁମାର ତ୍ରିପାଠୀ,ସ୍ଵତନ୍ତ୍ର ଅତିଥି ଭାବେ ନୃତ୍ୟ ନିର୍ଦ୍ଦେଶକ ତଥା ଆଲବମ ଅଭିନେତା ଅମିତ ବିକ୍ରମ ମିଶ୍ର,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଳାକାର ତଥା କଂସ ମହାରାଜ ଗୋପାଳ ଚନ୍ଦ୍ର ଦାଶ,କଳାକାର ଜଗନ୍ନାଥ ସାହୁ ପ୍ରମୁଖ ଯୋଗଦେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।