-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-May-2023
ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗିର ମୁନିସିପାଲିଟି ଅନ୍ତର୍ଗତ ବିଷ୍ଣୁମୁଣ୍ଡା ନିକଟସ୍ଥ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ବନ୍ଧକୁ କାଟି ଦିଆ ଯାଇଥିବା ବେଳେ ବନ୍ଧ ର ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା ।ବିନା ପୂର୍ବ ସୂଚନା ରେ ଏପରି କାମ କରାଯାଇଥିବା ଯୋଗୁଁ ବିଷ୍ଣୁ ମୁଣ୍ଡା ର ତିନୋଟି ପରିବାର ପାଣିଘେରରେ ରହିଥିବା ଦେଖାଯାଇଛି l
ପ୍ରକାଶ ଯେ ଜାତୀୟ ରାଜପଥ ବିଭାଗ ତରଫରୁ ବଲାଙ୍ଗିର ବାଇପାସ୍ ରାସ୍ତା ନିର୍ମାଣ କାମ ଚାଲିଛି । ମାଟି କାଟି ଜମି ସମତୁଲ କରାଯାଉଥିବା ବେଳେ ଆଜି ବିଷ୍ଣୁମୁଣ୍ଡା ବନ୍ଧ କୁ କାଟି ପାଣି ନିଷ୍କାସନ କରାଯାଇଥିଲା । ଏଥିରେ ବିଷ୍ଣୁମୁଣ୍ଡା ର ଅନ୍ନପୂର୍ଣ୍ଣା ନଗରରେ ଥିବା ଘର ମାନଙ୍କରେ ପାଣି ପଶି ଥିବା ଦେଖିବାକୁ ମିଳିଛି l ପାଣି ଉପରେ ଯାନବାହାନ ଚଳାଚଳ କରିଥିବା ବେଳେ କିଛି ଲୋକ ମାଛ ମାରିବା ଜାଲ ଧରି ଆସିଥିବା ଦେଖିବାକୁ ମିଳିଛି ।