-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
11-May-2023
କନ୍ଧମାଳ(ଅନନ୍ତ କହଁର ଙ୍କ ରିପୋର୍ଟ) କିଛି ଦିନ ର ବ୍ୟବଧାନ ପରେ ପୁଣି ସକ୍ରିୟ ଲାଲ୍ ବାହିନୀ। ଗତ କାଲି ବିଳମ୍ବିତ ରାତିରେ ୧୫ରୁ ଉର୍ଦ୍ଧ ସଶସ୍ତ୍ର ମାଓବାଦୀ ଘରୁ ବାହାରକୁ ଡାକି ନେଇ ନିଜ ବାରିଆଡେ ହିଁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ। ସୂଚନା ମୁତାବକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମୋରବନ୍ଧ ପଞ୍ଚାୟତର ସାଉଲ୍ ପଡ଼ା ଠାରେ ସୁବଳ କହଁର ଙ୍କ ଘରେ ସୋଇଥିବା ସମୟରେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକି ନେଇ ସୁବଳଙ୍କ ଘର ଠାରୁ ଦୁଇଶହ ମିଟର ଦୂରରେ ପାଖାପାଖି ଚାରି ରୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଛନ୍ତି। ସୁବଳ ଜଣେ ପୂର୍ବତନ ସରପଂଚ ବୋଲି ଜଣା ପଡିଛି। ଆଗରୁ ସେ ମାଓବାଦୀ ଟାର୍ଗେଟ ରେ କୁଆଡେ ଥିଲେ। କେଉଁ କାରଣରୁ ସୁବଳ ଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସେହି ଗ୍ରାମ ଜନ ଶୂନ୍ୟ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ। ମାଓବାଦୀ ଙ୍କ ଟାର୍ଗେଟ ରେ ଥିବା ଜାଣି ସେ ଗାଁ ଛାଡ଼ି ବାଲିଗୁଡା ଅଞ୍ଚଳରେ ରହୁଥିଲେ। ତେବେ ଗ୍ରାମ ନିକଟରେ ସି ଆର ପି କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ତିନି ମାସ ହେଲା ଗ୍ରାମକୁ ଆସି ନିଜ ଘରେ ରହୁଥିଲେ ସୁବଳ